Posted inଫୁରସତ

ଦେଶର ଭବିଷ୍ୟତ ନିର୍ମାଣର ବିନ୍ଧାଣି

ଶିକ୍ଷାନୁଷ୍ଠାନଗୁଡ଼ିକ ମଣିଷ ତିଆରି କାରଖାନା ଆଉ ସେହି କାରଖାନାର କାରିଗର ହେଉଛନ୍ତି ଶିକ୍ଷକ। ଜଣେ ଛାତ୍ରର ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନେ ବିଶ୍ୱକର୍ମାର ଭୂମିକା ଗ୍ରହଣ କରିଥାନ୍ତି। ବିଶ୍ୱକର୍ମାଙ୍କ ବିନା ଯେପରି ସୁନ୍ଦର ସ୍ଥାପତ୍ୟ ଗଢ଼ିବା ଅସମ୍ଭବ, ସେହିପରି ଶିକ୍ଷକଙ୍କ ବିନା ଜଣେ ସଫଳ ଛାତ୍ର ସୃଷ୍ଟି ହେବା ଆଶା କରାଯାଇ ନ ପାରେ। ବିଶ୍ୱର ପ୍ରତ୍ୟେକ ଦେଶ ନିଜ ନିଜର ଶିକ୍ଷକମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଶିକ୍ଷକ ଦିବସ ପାଳନ କରିଥାନ୍ତି। ଆଗାମୀ ଭବିଷ୍ୟତକୁ ଗଢ଼ିବାରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ହେଉଛନ୍ତି ଦେଶର ଭବିଷ୍ୟତ ନିର୍ମାଣର ବିନ୍ଧାଣି। ରାଷ୍ଟ୍ର ଗଠନରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ହୃଦୟଙ୍ଗମ କରି ‘ୟୁନେସ୍କୋ’ ତରଫରୁ ୧୯୯୪ଠାରୁ ଅକ୍ଟୋବର ୫କୁ ବିଶ୍ୱ ଶିକ୍ଷକ ଦିବସ ରୂପେ ପାଳନ କରାଯାଉଛି। ବିଶ୍ୱ ଶିକ୍ଷକ ଦିବସ ଅବସରରେ ସାରା ବିଶ୍ୱର ଲୋକେ ନିଜ ନିଜ ଶିକ୍ଷକଙ୍କୁ ସମ୍ମାନ ଜଣାଇଥାନ୍ତି।

ବିକାଶ କେବଳ ୩ ଜଣଙ୍କ ଦ୍ୱାରା ସମ୍ଭବ ହୋଇଥାଏ। ସେମାନେ ହେଲେ ପିତା, ମାତା ଓ ଶିକ୍ଷକ। ଶିଶୁଟିକୁ ଉଚିତ ମାର୍ଗରେ ଗଢ଼ିଲେ ସେ ପରବର୍ତ୍ତୀ ସମୟରେ ଭଲ ମଣିଷଟିଏ ହେବ ଓ ଭଲ ପରିବାରଟିଏ ଗଢ଼ିପାରିବ। ଭଲ ପରିବାରଟିଏ ଗଢ଼ିପାରିଲେ ଏକ ସୁସ୍ଥ ସମାଜ ଓ ସମୃଦ୍ଧଶାଳୀ ରାଷ୍ଟ୍ର ଗଠନ ସମ୍ଭବ ହେଇପାରିବ। ଏ କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକମାନଙ୍କୁ ସମ୍ମାନ ପ୍ରଦାନ କରିବା ହେଉଛି ପ୍ରତ୍ୟେକ ଶିଷ୍ୟଙ୍କର ପ୍ରଧାନ କର୍ତ୍ତବ୍ୟ। ସେମାନଙ୍କ ସମ୍ମାନାର୍ଥେ ଶିକ୍ଷକ ଦିବସ ପାଳନ ଦ୍ୱାରା ସମାଜରେ ଗୁରୁଶିଷ୍ୟଙ୍କ ସମ୍ପର୍କକୁ ନିବିଡ଼ କରିଥାଏ।
ଜନ୍ମ ହେବାପରେ ପ୍ରଥମେ ଜନ୍ମଦାତ୍ରୀଙ୍କୁ ଚିହ୍ନିବା ଆରମ୍ଭ କରିଥାଏ। ଧୀରେଧୀରେ ମା’ଠାରୁ ଦରୋଟି ଭାଷା ଶିଖିଥାଏ। ତେଣୁ ମା’ଙ୍କୁ ପ୍ରଥମ ଶିକ୍ଷକ କୁହାଯାଇଥାଏ। ବୟସ ବଢ଼ିବା ସହ ଅନୁକରଣପ୍ରିୟ ଶିଶୁର ଶିକ୍ଷାର ବିକାଶରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।

ଶିଶୁ ମନରେ କିଭଳି ସହଜରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟିହେବ ସେନେଇ ଶିକ୍ଷକ ପ୍ରୟାସ କରିଥାନ୍ତି। କଞ୍ଚାମାଟିରେ ମାଠିଆର ପୂର୍ଣ୍ଣାଙ୍ଗ ରୂପ ଭଳି ଶିଶୁର ଜ୍ଞାନର ବିକାଶ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ଶିକ୍ଷକ ରଖିଥାନ୍ତି। ଶିଶୁର ନିରୀହ ମନକୁ ବୋଧଗମ୍ୟ ହେଉଥିବା ବିଭିନ୍ନ ସରଳ ଗପ ଏବଂ ଖେଳ ସହ ପାଠପଢ଼ା ଆଗେଇନେବା ପ୍ରତି ଶିକ୍ଷକ ଗୁରୁତ୍ୱ ଦିଅନ୍ତି। ପାଠପଢ଼ା ଶିକ୍ଷା ଦେବା ସହଜ ନୁହେଁ। ସେଥିପାଇଁ ପ୍ରତିଟି ସଭ୍ୟତାରେ ଶିକ୍ଷାଦାନ କରୁଥିବା ଗୁରୁଙ୍କୁ ସବୁବେଳେ ସମ୍ମାନର ସ୍ଥାନ ପ୍ରଦାନ କରାଯାଇଥାଏ। ଶିକ୍ଷକ ନିଜର ଗୁରୁତ୍ୱ ରକ୍ଷାକରି ପ୍ରତିଟି ଯୁଗରେ ଜ୍ଞାନଚକ୍ଷୁରେ ମଣିଷଗଢ଼ା କାର୍ଯ୍ୟକୁ ଜାରି ରଖିଛନ୍ତି।

ଗୁରୁଙ୍କୁ ସମ୍ମାନ ପ୍ରଦାନ ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଏହି ଦିବସ ପାଳନ କରାଯାଇଥାଏ।
ପୂର୍ବରୁ ୧୯୬୬ ଅକ୍ଟୋବର ୫ରେ ପ୍ୟାରିସ୍‌ଠାରେ ୟୁନେସ୍କୋ ଏବଂ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ(ଆଇଏଲ୍‌ଓ) ପକ୍ଷରୁ ଶିକ୍ଷକଙ୍କ ବହୁବିଧ ସମସ୍ୟାର ସମାଧାନ ଲାଗି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟସ୍ତରର ଶିକ୍ଷାନୀତି, ନିଯୁକ୍ତି, ଗୁଣବତ୍ତାଯୁକ୍ତ ଶିକ୍ଷାଦାନରେ ଶିକ୍ଷକଙ୍କ ସ୍ଥିତିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
୧୯୯୭ ଅକ୍ଟୋବର ୫ରେ ୟୁନେସ୍କୋ ବୈଠକରେ ଶିକ୍ଷକଙ୍କ ଉଚ୍ଚଶିକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ୨୦୧୬ରେ ବିଶ୍ୱ ଶିକ୍ଷକ ଦିବସ ଅବସରରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ହାମଡାନ ପୁରସ୍କାର ଅନ୍ତର୍ଭୁକ୍ତ ହୋଇଥିଲା। ଏହି ପୁରସ୍କାର ସମାଜ ପ୍ରତି ଥିବା ଶିକ୍ଷକଙ୍କ ଅମୂଲ୍ୟ ଅବଦାନ ଲାଗି ଉଦ୍ଦିଷ୍ଟ।
ଶିକ୍ଷକଙ୍କ ଋଣ ତ ଶୁଝିହେବ ନାହିଁ, ମାତ୍ର ଏଭଳି ପ୍ରୟାସ ଦ୍ୱାରା କିଞ୍ଚତ୍ତ୍‌ ସମ୍ମାନ ପ୍ରଦାନର ପ୍ରୟାସ ବିଶ୍ୱ ଶିକ୍ଷକ ଦିବସ ପାଳନ ମାଧ୍ୟମରେ କରାଯାଇଥାଏ। ସମାଜରେ ଶିକ୍ଷକଙ୍କ ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?