Categories: ଜାତୀୟ

ଆଲିଗଡରେ ଛାତ ଭୁଷୁଡି ଜଣେ ମୃତ, ୩ ଆହତ

ଆଲିଗଡ,୧୫ ।୧୦: ଉତ୍ତର ପ୍ରଦେଶର ଆଲିଗଡ଼ରେ ଶନିବାର ସକାଳେ ଏକ ଛାତ ଭୁଷୁଡି ଯିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ପ୍ରଥମେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଥିଲା ହେଲେ ପରେ ଏହି ଆହତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା । ରେସକ୍ୟୁ ଅପରେଶନ ଜାରି ରହିଛି । ଆହତଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଘଟଣା ସ୍ଥଳରେ ଚିକିତ୍ସକ ଓ ଦମକଳ ଟିମ ଉପସ୍ଥିତ ରହିଥିବା ଜିଲାଧିକାରୀ ଇନ୍ଦ୍ର ବିକ୍ରମ ସିଂହ କହିଛନ୍ତି ।
ସୂଚନା ମୁତାବକ ଭୁଷୁଡି ଯାଇଥିବା ଛାତଟି ଦୁର୍ବଳ ଥିବାରୁ ସେଠାରେ କୌଣସି ପରିବାର ରହୁ ନ ଥିଲେ । ସେଠାରେ କେବଳ ଏକ ଗୋଦାମ ରହିଥିଲା । ତେବେ ଛାତଟି ଭୁଷୁଡିବା ସମୟରେ ୪ ଜଣ ବ୍ୟକ୍ତି କିଛି ଜିନିଷ ବାହାର କରିବାକୁ ସେଠାକୁ ଯାଇଥିଲେ । ଘଟଣା ପରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜିଲାଧିକାରୀ କହିଛନ୍ତି । ଏବେ ଅନ୍ୟ ୩ ଜଣଙ୍କର ଚିକିତ୍ସା ଚାଲିଛି ଏମାନେ ବିପଦମୁକ୍ତ ରହିଛନ୍ତି ।

Share