ମାନହଟାନରେ ବିଲ୍ଡିଂରେ ଅଗ୍ନିକାଣ୍ଡ…

ନ୍ୟୁୟର୍କ,୬।୧୧: ଆମେରିକାର ନ୍ୟୁୟର୍କ ସହରର ମାନହଟାନର ଏକ ଉଚ୍ଚ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୩୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ଘଟଣାର ଭିଡିଓରେ ଦର୍ଶାଯାଇଛି ଯେ ଲୋକମାନେ ଆପାର୍ଟମେଣ୍ଟ ଝରକାରେ ଜୀବନ ବିକଳରେ ଝୁଲୁଛନ୍ତି। ଅଗ୍ନିଶମ କର୍ମଚାରୀମାନେ ଧୂଆଁ ଭର୍ତ୍ତି କୋଠା ଭିତରୁ ଦଉଡିରେ ସେମାନଙ୍କୁ ଟାଣି ବାହର କରୁଛନ୍ତି।

ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ କୋଠାର ଉପର ମହଲାରେ ରହୁଥିବା କିଛି ଲୋକ ଛାତ ଦେଇ ବାହାରକୁ ଆସିଥିଲେ। ନ୍ୟୁୟର୍କ ଅଗ୍ନିଶମ ବିଭାଗର କମିଶନର ଲୌରା କଭାନାଗ କହିଛନ୍ତି ଯେ ୨୦ ତମ ମହଲାରେ ଏକ ଅଜଣା ଉପକରଣରେ ବ୍ୟବହୃତ ଲିଥିୟମ ବ୍ୟାଟେରୀରୁ ନିଆଁ ଲାଗିଥିଲା।

Share