Categories: ଜାତୀୟ

ଭୁଶୁଡିଲା କୋଠା: ଚାଲିଗଲା ୫ ଜୀବନ

ଅମରାବତୀ,୩୦।୧୦: ମହାରାଷ୍ଟ୍ରର ଅମରାବତୀରେ ରବିବାର ଏକ ଦୁଇ ମହଲା କୋଠା ହଠାତ୍‌ ଭୁଶୁଡି ପଡିଲା। ଏଥିରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଦିନ ପ୍ରାୟ ୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ଥିବା ପ୍ରଭାତ ଚକ ଅଞ୍ଚଳରେ କୋଠା ଭୁଶୁଡି ପଡିଛି। କୋଠା ଭୁଶୁଡ଼ିବା କାରଣରୁ ଲୋକମାନେ ଏଥିରେ ଫସି ରହିଥିଲେ। ପଡ଼ୋଶୀମାନେ ନିଜେ ସେମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରିବା ଆରମ୍ଭ କଲେ। ତୁରନ୍ତ ଉଦ୍ଧାରକାରୀ ଦଳ ମଧ୍ୟ ସେଠାରେ ଲୋକଙ୍କୁ ଉଦ୍ଧାର କରିଥିଲେ।
ଅମରାବତୀ ପୌରସଂସ୍ଥା ଗତ ବର୍ଷ ଜୁଲାଇରେ ବିଲ୍ଡିଂକୁ ଭାଙ୍ଗିବା ପାଇଁ ନୋଟିସ ଦେଇଥିଲା। କିନ୍ତୁ ନୋଟିସ୍‌ ଅମାନ୍ୟ କରି ଏଠାରେ ଲୋକ ରହୁଥିଲେ।

Share