ବୁଧୁରାମଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା

ଲୋଇସିଂହା, ୧୧।୧୨(ଡି.ଏନ.ଏ)
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ସୁଦାମପାଲିର ବୁଧୁରାମ ଭୁଏ(୪୮)। ଜନ୍ମରୁ ସେ ଭିନ୍ନକ୍ଷମ। ଡାହାଣ ଗୋଡ଼ ପୋଲିଓ ଗ୍ରସ୍ତ। ବାପା ଦୁର୍ଜନ ଭୁଏଙ୍କ ପରଲୋକ ହୋଇଯାଇଛି। ବଡଭାଇ ପରିବାର ସହ ବାହାରେ ରହୁଛନ୍ତି। ଏବେ ସେ ବିଧବା ମା’ ବୈଦେହୀ ଓ ସ୍ତ୍ରୀ ଚଞ୍ଚଳାଙ୍କ ସହ ଗଁାରେ ରହୁଛନ୍ତି। ଜମିବାଡି ବୋଲି କିଛି ନାହିଁ। ପଞ୍ଚାୟତ ପକ୍ଷରୁ ମିଳିଥିବା ରାଶନ କାର୍ଡରେ ସେ ପିଡିଏସ୍‌ ସାମଗ୍ରୀ ପାଉଛନ୍ତି। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଏ ଯାଏ ଭତ୍ତା ଯୋଜନାରେ ସାମିଲ କରାଯାଇନାହିଁ। ଭତ୍ତା ପାଇଁ ପଞ୍ଚାୟତରୁ ବ୍ଲକ ଅଫିସ ଯାଏ ଧାଇଁ ସେ ନୟାନ୍ତ ହେଲେଣି ସିନା କୌଣସି ସୁଫଳ ମିଳୁନାହିଁ। ତେଣୁ ଜୀବନ ଜୀବିକା ଲାଗି ମୂଲମଜୁରି କରି ପରିବାର ପରିପୋଷଣ କରୁଛନ୍ତି। ବ୍ଲକ ପରିସରରେ ହେଉଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଯାଇ ସେ ଦୁଃଖ ଜଣାଉଥିଲେ ବି ଭତ୍ତା ପାଇବା ଦୂରେ ଥାଉ ଆଶା ବାଡିଟିଏ ମଧ୍ୟ ମିଳୁ ନ ଥିବା କ୍ଷୋଭର ସହ କହିିଛନ୍ତି ବୁଧୁରାମ। ଏ ସମ୍ପର୍କରେ ସରପଞ୍ଚ ଉର୍କୁଲୀ ଧରୁଆଙ୍କୁ ପଚାରିବାରୁ ବୁଧୁରାମଙ୍କ ପାଖରେ ଭିନ୍ନକ୍ଷମ ପ୍ରମାଣପତ୍ର ନାହିଁ। ତେଣୁ ଭତ୍ତା ଯୋଜନାରେ ସାମିଲ କରିବାକୁ ଆମେ ଆଗ୍ରହୀ ଥିଲେ ମଧ୍ୟ ଉପାୟଶୂନ୍ୟ ବୋଲି ସେ କହିଛନ୍ତି। ବ୍ଲକ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ଆଜି ବିଧାୟକ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲ: ବାଦିବାହାଲ-ନଅଗାଁ(ଖ) ମଧ୍ୟରେ ମୁକାବିଲା

ଲୋଇସିଂହା,୧୪।୨(ସୁଶାନ୍ତ ବାରିକ):ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ଉଦ୍ୟମ କ୍ରମେ ଲୋଇସିଂହା ନିର୍ବାଚନ ମଣ୍ଡଳୀସ୍ତରୀୟ ବିଧାୟକ କପ୍‌ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ଶୁକ୍ରବାର ବଲାଙ୍ଗୀର ଜିଲା ଲୋଇସିଂହା ଷ୍ଟାଡିୟମରେ…

ସାଇବର ଠକଙ୍କ କବ୍‌ଜାରେ ବଲାଙ୍ଗୀରର ୯୯୨ ଆକାଉଣ୍ଟ

ବଲାଙ୍ଗୀର,୧୪ା୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଶୁକ୍ରବାର ସ୍ଥାନୀୟ…

ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରି ଅଭିନବ ଉପାୟରେ କରୁଥିଲେ ଠକେଇ, ୨ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ବଲାଙ୍ଗୀର, ୧୩।୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସାଇବର ଥାନା ପୋଲିସ କୋଟି କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି। ଏ ସଂକ୍ରାନ୍ତରେ ପୋଲିସ ଦୁଇ…

ଡକାୟତି ଘଟଣାରେ ୧୦ ଗିରଫ: କାର୍‌, ବାଇକ ସହ ଜବତ ହେଲା…

ବଲାଙ୍ଗୀର, ୧୨।୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚୂଡାପାଲିସ୍ଥିତ ଏକ ଅଳଙ୍କାର ଦୋକାନରୁ ଲୁଟ୍‌ ଏବଂ ଡକାୟତି ଘଟଣାରେ ବଲାଙ୍ଗୀର ପୋଲିସ ୧୦…

ଲୋଇସିଂହା ବିଧାୟକ କପ ଫୁଟବଲ: ସରିଲା ଲିଗ ପର୍ଯ୍ୟାୟ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ) ସାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ୟମ କ୍ରମେ ଲୋଇସିଂହା ବିଧାୟକ କପ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହେଉଛି। ନିର୍ବାଚନ ମଣ୍ଡଳୀ ଅଧୀନ ୩ ବ୍ଲକରେ ଚାଲିଥିବା ଲିଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri