ମାଁ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପଡ଼ିଲା ଶୁଭଖୁଣ୍ଟି

ଦିଗପହଣ୍ଡି,୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା ’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି ଗାନ୍ଧୀ ଛକସ୍ଥିତ ଅସ୍ଥାୟୀ ଯାତ୍ରା ପୀଠରେ ଶୁଭଖୁଣ୍ଟି ସ୍ଥାପନ କରା ଯାଇଛି। ଆସନ୍ତା ୩୦ ତାରିଖରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି। ଗୁରୁବାର ବିଳମ୍ବିତ ରାତିରେ ଶୁଭ ଖୁଣ୍ଟ ସ୍ଥାପନ ହୋଇଯାଇଛି । ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ମା ’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପଣ୍ତିତ ସନାତନ ରଥ ଶର୍ମାଙ୍କ ତତ୍ତାବଧାନରେ ପୂର୍ବ ପ୍ରଚଳିତ ନିତିକାନ୍ତି ଅନୁଯାୟୀ ମା ’ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ପରେ ମା’ ଙ୍କ ଆଜ୍ଞାମାଳକୁ ବାଉଁଶ ଖୁଣ୍ଟିରେ ବନ୍ଧାଯାଇ ଆତସବାଜି, ନୃତ୍ୟ ଗୀତ, ବାଦ୍ୟ ବାଜଣା ସହକାରେ ବିରାଟ ଶୋଭାଯାତ୍ରାରେ ବଜାର ସାହି ପରିକ୍ରମା କରାଯାଇ ବିଳମ୍ବିତ ରାତିରେ ଅସ୍ଥାୟୀଯାତ୍ରା ପୀଠକୁ ଅଣାଯାଇଥିଲା। ସେଠାରେ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଆସନ୍ତା ୨୯ ତାରିଖ ଆଶ୍ୱିନ କୃଷ୍ଣ ପକ୍ଷ ମହାସପ୍ତମୀ ତିଥିରେ ମା’ ବୁଢ଼ୀ ଠାକୁରାଣୀଙ୍କୁ ମନ୍ଦିର ପରିସରରୁ ଅସ୍ଥାୟୀ ଯାତ୍ରା ପୀଠକୁ ଅଣାଯିବ। ୩୦ ତାରିଖ ଠାରୁ ୮ ଦିନ ବ୍ୟାପୀ ଏହି ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇ ଅକ୍ଟୋବର ୭ ତାରିଖ ଆଶ୍ୱିନ ଶୁକ୍ଳ ପକ୍ଷ ପୂର୍ଣ୍ଣମୀତିଥିରେ ଉଦ୍‌ଯାପିତ ହେବ। ସକାଳୁ ମା’ ବାହୁଡ଼ା ଯାତ୍ରାରେ ମନ୍ଦିରକୁ ଫେରିବେ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରା ପରିଚାଳନା କମିଟି ସଭାପତି ବିକାଶ ପଶୁପାଳକ , ଉପସଭାପତି ଆଲୁ, ସୁଶାନ୍ତ , ସମ୍ପାଦକ ବିଚିତ୍ରାନନ୍ଦ ପଟ୍ଟନାୟକ , ସହ ସମ୍ପାଦକ ତଥା କାଉନସିଲର ଦୀପକ କୁମାର ମିଶ୍ର, କୋଷାଧ୍ୟକ୍ଷ ଆଶିଷ କୁମାର ପଟ୍ଟନାୟକ , ସହ କୋଷାଧ୍ୟକ୍ଷ କେ. ରାଜେନ୍ଦ୍ର , ଉପଦେଷ୍ଟା ଶିବ ଶଙ୍କର ମହାଙ୍କୁଡ , ସତ୍ୟ ନାରାୟଣ ଦାଶ , ଏନଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା , ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ , ଅର୍ଦ୍ଦୁ. ଗୋବିନ୍ଦ , କୁରେଶୁ ମହାରଣା , ପ୍ରଦୀପ କୁମାର ପଣ୍ଡା , କାଉନସିଲର ନୀଳମାଧବ ଗୌଡ , ସୁଶାନ୍ତ କୁମାର ପାତ୍ର , ରବିନ୍ଦ୍ର କୁମାର ମାର୍ଥା , କେ. କୁନା ଏବଂ ଦୁର୍ଗା ମେକାପ ସମେତ ସହସ୍ରାଧିକ ସହରବାସୀ ଶୁଭ ଖୁଣ୍ଟି ଶୋଭାଯାତ୍ରାରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜରେ ଚାଇନା-ଭାରତ ମୁହାଁମୁହିଁ! ଚାଇନା ମୁହଁରୁ LPG ଛଡାଇ ଆଣିଲା ଭାରତ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଦେଶରେ LPGର ଘୋର ଅଭାବ ଦେଖାଦେଇଛି। ପ୍ରାୟ ଛଅ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ଇରାନରୁ ଏକ LPG କାର୍ଗୋ…

ଝାଡ଼ୁ ଧରିଲେ ବିଡିଓ: ସ୍ବଚ୍ଛ ଦାରିଙ୍ଗବାଡି ପାଇଁ ପ୍ରୟାସ

ଦାରିଙ୍ଗବାଡି,୨୬।୩(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନକ୍ଷେତ୍ରକୁ ବିଶ୍ୱସ୍ତରୀୟ କରାଯିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ଗୋଟିଏ ସପ୍ତାହରେ ପୁଣି ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସ୍ବଚ୍ଛ ଓ ସୁନ୍ଦର…

ପ୍ରଥମେ ସହରରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳିବ ନା ଗାଁରେ, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬।୩: ଆଜିକାଲି ଲୋକଙ୍କ ମନରେ ଏକ ପ୍ରମୁଖ ପ୍ରଶ୍ନ ହେଉଛି ଯେ ସେମାନେ ପ୍ରଥମେ ସହରରେ ପ୍ରଥମେ ସିଲିଣ୍ଡର ପାଇବେ ନା ଗ୍ରାମାଞ୍ଚଳରେ। ବର୍ଦ୍ଧିତ ଚାହିଦା ଏବଂ…

ଯୁବକଙ୍କ ପାଇଁ ନାକେଦମ ହେଲାଣି ପୋଲିସ-ଦମକଳ ବାହିନୀ: ଟାଓ୍ବାର ଉପରକୁ ଚଢିଯିବାରୁ…

ମୋରଡା,୨୬।୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବକଙ୍କ ପାଇଁ ପୋଲିସ ଓ଼ ଦମକଳ ବାହିନୀକୁ ନାକେଦମ…

ପୁଣିଥରେ ହେବ କି ୱାର୍କ ଫ୍ରମ୍ ହୋମ୍ ଏବଂ ସ୍କୁଲ ସଟ୍ ଡାଉନ? ଏପରି କିଛି କହିଦେଲେ ବିଶେଷଜ୍ଞ, ସମସ୍ତେ କାବା..

ନୂଆଦିଲ୍ଲୀ,୨୬।୩: ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହା ବିଶ୍ୱର ଶକ୍ତି ଯୋଗାଣ ଏବଂ ଇନ୍ଧନ…

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ

ପୁରୁଣା ଭୁବନେଶ୍ୱର,୨୬ା୩(ସୁବାସ ଚନ୍ଦ୍ର ପ୍ରଧାନ):ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଗୁରୁବାର ଅନୁଷ୍ଠିତ ହେବ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଏସଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୫ଟି ସ୍ଥାନରେ ଚାଲିଛି ତନାଘନା

ଭଞ୍ଜନଗର,୨୬୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri