ଶୀତ କାକରରେ ଦୁଲୁକିଲା ବୁଢ଼ାରଜା ମଞ୍ଚ: କଳା-ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ

କେସିଙ୍ଗା,୯।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ଆରମ୍ଭ ହୋଇଯାଇଛି। କେସିଙ୍ଗା ବିଡିଓ ତଥା ଆବାହକ ଜନ୍ମେଜୟ ସ୍ବାଇଁ ଓ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଶ୍ରୀ ଗଣେଶଙ୍କ ମୂର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଯୋଗଦେଇ ଉଦଘାଟନ କରିଥିଲେ।

ଜିଲାପାଳ ତାଙ୍କର ବକ୍ତବ୍ୟରେ କହିଥିଲେ, କଳା ସଂକୃତିକକୁ ଦୀର୍ଘ ୨୮ ବର୍ଷ ଧରି ବଞ୍ଚାଇ ରଖିଥିବାରୁ ବ୍ଲକ ପ୍ରଶାସନକୁ ଧନ୍ୟବାଦ। ଏହି ଉତ୍ସବରେ ଗ୍ରାମାଞ୍ଚଳରେ ଲୁପ୍ତ ଭାବେ ଥିବା କଳାକାରମାନେ ଲୋକ ଲୋଚନକୁ ଆସି ଅତି ସୁନ୍ଦର ଭାବେ କଳା ପ୍ରଦର୍ଶନ କରୁଥିବାରୁ ଦର୍ଶକ ମାନେ ତାହା ଦେଖି ଆନନ୍ଦିତ ହେଉଛନ୍ତି। ପ୍ରବଳ ଶୀତ କାକରକୁ ଖାତିର ନ କରି ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହେଉଛନ୍ତି ବୋଲି କହିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ତହସିଲଦାର ପ୍ରଶାନ୍ତି ପ୍ରଧାନ, ଏସ. ଡି.ପି.ଓ.ସନ୍ଦୀପ କୁମାର ମାଝୀ ଯୋଗଦେଇ ଥିଲେ। ଅତିଥିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଅତିଥିମାନେ କଳାହାଣ୍ଡି ଉତ୍ସବ ଘୁମୁରାର କଳା ସଂକୃତିକ ଉପରେ ନିଜସ୍ବ ମତ ରଖିଥିଲେ। ପରେ ପଶ୍ଚିମ ଓଡିଶାର ବିଶିଷ୍ଟ ହାସ୍ୟ କଳାକାର ଯୋଗେଶ ଜୋ ଜୋ ଓ ବିନ୍ଧୁଙ୍କ ଦ୍ୱାରା ବିଶେଷ ଆକର୍ଷଣ ଥିଲା। ଏହା ସହ ଏସ.ଆଇ. ଅନୁପ କୁମାର ଶତପଥୀଙ୍କ ଦାରା ଯାଦୁ ପ୍ରଦର୍ଶନ କରାଯାଇଥିଲା। ଏହି ବୁଢ଼ାରଜା ମଞ୍ଚରେ ଭବାନୀପାଟଣାର ନୁପୁର ଡାନ୍ସ ଓ ମୟୁର ସାଥିଙ୍କ ସମେତ ଅନେକେ କଳାକାର ବୃନ୍ଦ ସାମିଲ ହୋଇ କଳାହାଣ୍ଡିସ୍‌ର ଐତିହ ସଂକୃତିକ ପରମ୍ପରା, ଲୋକନୃତ୍ୟ, ଲୋକକଳା ଓ ସଙ୍ଗୀର ସମାବେଶରେ ବୁଢ଼ାରଜା ମଞ୍ଚରେ ଦୁଳୁକି ଉଠିଥିଲା। ଏହି ଅଧିବେଶନରେ ମଞ୍ଚ ପରିଚାଳନା କରିଥିଲେ ଜ୍ଞାନେନ୍ଦ୍ର ଭୋଇ ଓ ଧନ୍ୟବାଦ ଅର୍ପଣ କରିଥିଲେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବନ ବିଭାଗର କାର୍ଯ୍ୟକ୍ରମ: ସାଧାରଣ ଜନତାଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର, ୨୪ା୨ (ଦୁର୍ଗା କୀର୍ତ୍ତି): ‘ଜଙ୍ଗଲ ସୁରକ୍ଷା ହିଁ ଜୀବନ ରକ୍ଷା’ – “ବନ୍ୟ ପ୍ରାଣୀଙ୍କୁ ନୂଆଁ ଦାଉରୁ ରକ୍ଷା କରନ୍ତୁ” ଏବଂ ବନାଗ୍ନି ରୁ…

ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟ ନିକଟସ୍ଥ ଗ୍ରାମର ଛାତ୍ରୀଛାତ୍ରଙ୍କୁ ମିଳୁ ହଷ୍ଟେଲ ସୁବିଧା, ଜିଲାପାଳଙ୍କୁ ଭେଟି ଦାବି ରଖିଲେ କୋଟିଆ ସରପଞ୍ଚ

ପଟ୍ଟାଙ୍ଗି, ୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ରହିଥିବା ସ୍ବତନ୍ତ୍ର ଆଦର୍ଶ ବିଦ୍ୟାଳୟରେ ନିକଟସ୍ଥ ଗ୍ରାମର ଛାତ୍ରୀଛାତ୍ରଙ୍କୁ ହଷ୍ଟେଲରେ ଅଗ୍ରାଧିକାର…

ପ୍ରେମ ପାଇଁ ନାବାଳିକା ଝିଅଙ୍କ ନିର୍ମମ କାଣ୍ଡ: ପ୍ରେମିକଙ୍କ ସହ ମିଶି ମା’-ଭାଇଙ୍କୁ ହତ୍ୟା କରି କେନାଲରେ ଫିଙ୍ଗିଲେ, ଅଖାରୁ ହାତ ଗୋଡ଼ ବନ୍ଧା…

କୋରାପୁଟ/ବୋରିଗୁମ୍ମା, ୨୪ା୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ)-ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟା କରିଛନ୍ତି। ଏଭଳି ଏକ…

୫୫ ହଜାର ଉଧାର ଟଙ୍କାକୁ ନେଇ ସମ୍ପର୍କ ଭୁଲିଲେ: ଦୁଇ ପରିବାର ମଧ୍ୟରେ ଉଗ୍ରରୂପ ନେଲା ବିବାଦ, ସୁରକ୍ଷା ପାଇଁ…

ଦିଗପହଣ୍ଡି,୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନ୍ତର୍ଗତ ପିତାମ୍ବରପୁର ଗ୍ରାମର ୨ ପରିବାର ମଧ୍ୟରେ ଟଙ୍କା ଦେଣ ନେଣକୁ କେନ୍ଦ୍ର କରି…

ଦିଗପହଣ୍ଡି-କେ. ନୂଆଗାଁ ଥାନାରେ ଯୋଗଦେଲେ ନୂଆ ଆଇଆଇସି:  ଅପରାଧ ଦମନ ସହ ଆଇନ ଶୃଙ୍ଖଳା ନିୟନ୍ତ୍ରଣ ଦିଗରେ…

ଦିଗପହଣ୍ଡି, ୨୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନାରେ ନୂତନ ଆଇଆଇସି ଭାବେ ମଙ୍ଗଳବାର ସାରେ କିଶୋର କୁମାର ସାମଲ ଯୋଗ ଦେଇଛନ୍ତି। ଏହା ପୂର୍ବରୁ…

ବନ୍ଧୁକ ଦେଖାଇ ନବବଧୂଙ୍କୁ ଅପହରଣ ଘଟଣା: ଧରାପଡ଼ିଲେ ଅଭିଯୁକ୍ତ, ସମ୍ବଲପୁରର ଭଡ଼ା ଘରୁ ମହିଳାଙ୍କୁ…

ବଲାଙ୍ଗୀର/ତରଭା,୨୪।୨(ସୁନୀଲ ମହାନ୍ତି/ମାନଭଞ୍ଜନ ମିଶ୍ର): ବହୁଚର୍ଚ୍ଚିତ ବନ୍ଧୁକ ଦେଖାଇ ନବବଧୂ ଅପହରଣ ଘଟଣାର ପର୍ଦ୍ଦାଫାଶ କରିଛି ତରଭା ପୋଲିସ।  ସୋନପୁର ଏସ୍‌ପି ନାରାୟଣ ନାୟକ ଖବରଦାତା ସମ୍ମିଳନୀ କରି…

ଜୁନାଗଡ଼ ସହରରେ ମିଳୁଛି ନକଲି ବିଦେଶୀ ମଦ: ଗିରଫ ୨ ଅଭିଯୁକ୍ତ ନା ମାଷ୍ଟ୍ରର ମାଇଣ୍ଡ କିଏ

ଭବାନୀପାଟଣା,୨୪।୨(ଉତ୍ତମ କୁମାର ଦାଶ): ସାବଧାନ ଜୁନାଗଡ଼ ସହରରେ ମିଳୁଛି ନକଲି ମଦ। ମଙ୍ଗଳବାର ସକାଳୁ ଅବକାରୀ ବିଭାଗ ଚଢ଼ାଉ ସମୟରେ ବାହାରିଛି ଏହି ନକଲି ଦେଶୀ ମଦ।…

ବ୍ରାହ୍ମଣୀଗାଁ ଅଞ୍ଚଳରେ ପ୍ରଥମ କାଳବୈଶାଖୀ: ଅଧାରେ ଅଟକିଲା ବାଳି ବଦ୍ଧ, ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧକ ସାଜିଲା ବର୍ଷା

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ ୨୩ |୨(ଅରୁଣ ସାହୁ/ମନୋରଞ୍ଜନ ରଣା ): ଶୀତ ଦିନ ପରେ ଧୀରେଧୀରେ ପାଗରେ ପରିବର୍ତ୍ତନ ସହ ଦିନରେ ପ୍ରଚଣ୍ଡ ଖରା ଅନୁଭୂତ ହେଉଥିଲା ମଙ୍ଗଳବାର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri