ସମୟ ଅଭାବରୁ ନୀତି ବାତିଲ, ରାତି ଉଜାଗର ରହିଲେ ମହାପ୍ରଭୁ

ପୁରୀ,୯।୧(ଅଜିତ୍‌ କୁମାର ମହାନ୍ତି): ସମ୍ପ୍ରତି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପହିିଲି ଭୋଗ ନୀତି ଚାଲିଛି । ନିଷ୍ପତ୍ତି ଅନୁଯାୟୀ ରାତି ୨ଟା ପରଠାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି କରାଯିବା ସହ ରାତି ୧୧ଟାରେ ପହୁଡ଼ କରାଯିବା କଥା। ତେବେ ବୁଧବାର ରାତିରେ ଶ୍ରୀବିଗ୍ରହମାନଙ୍କ ରାତ୍ର ପହୁଡ଼ ହୋଇନାହିଁ । ନୀତିରେ ବିଳମ୍ବ ହେବାରୁ ରାତ୍ର ପହୁଡ଼ କରାଯାଇ ନ ଥିବା ସୂଚନା ମିଳିଛି । ବୁଧବାର ରାତି ୩ଟା ୧୫ରେ ସନ୍ଧ୍ୟାଧୂପ ସମ୍ପନ୍ନ ହେବା ପରେ ସମୟ ଅଭାବରୁ ବାକି ନୀତିଗୁଡ଼ିକ ଖଲଲ ବା ବାତିଲ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ରହିଥିଲା। ତେବେ ମହାପ୍ରଭୁଙ୍କ ସକାଳ ଧୂପ ସମ୍ପନ୍ନ ପରେ ଭକ୍ତମାନେ ଭିତରକାଠ ନିକଟରେ ଦର୍ଶନ କରୁଥିଲେ। ଏହି ସମୟରେ ଭିତର କାଠ ନିକଟରେ ବାନ୍ତି ପଡ଼ିଥିବା ଦେଖିବାକୁ ମିଳିଥିଲା। ଫଳରେ ବଡ଼ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥିଯୋଗୁ ନୀତିରେ କିଛି ସମୟ ବିଳମ୍ବ ହୋଇଥିଲା। ସେହିପରି ବନକଲାଗି ମଧ୍ୟ ଅନୁଷ୍ଠିତ ହୋଇଥିଲା। ରାତି ୧୦ଟା ୧୫ରେ ବନକଲାଗି ନୀତି ଓ ୧୧.୧୦ରେ ମହାସ୍ନାନ ପୂଜା ଶେଷ ହୋଇଥିଲା।

ମଧ୍ୟରାତ୍ରି ୧.୨୦ରେ ସନ୍ଧ୍ୟା ଆଳତି, ୨.୧୦ରେ ସନ୍ଧ୍ୟାଧୂପ ଛେକ, ୨.୧୫ରେ ସନ୍ଧ୍ୟାଧୂପ ପୂଜା, ୩.୧୫ରେ ସନ୍ଧ୍ୟାଧୂପ ସରିଥିଲା। ସମୟ ଅଭାବରୁ ବାକି ନୀତିଗୁଡିକ ଖଲଲ କରାଗଲା ଅର୍ଥାତ ବାତିଲ କରାଗଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାତି ୩.୧୫ରେ ସନ୍ଧ୍ୟାଧୂପ ଶେଷ ହେବା ପରେ ଗୁରୁବାର ସକାଳ ୭ଟାରେ ମଙ୍ଗଳ ଆଳତି ହୋଇଥିଲା। କିନ୍ତୁ ବୁଧବାର ରାତ୍ର ପହୁଡ଼ କି ମହାପ୍ରଭୁଙ୍କ ବଡ଼ସିଂହାର ବେଶ ହୋଇ ନ ଥିଲା, ଯେଉଁଥିପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ରାତି ଅନିଦ୍ରା ରହିଥିଲେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?