ବୁଧ ଗ୍ରହଙ୍କ ନକ୍ଷତ୍ର ଚଳନ ହେତୁ ବୃଷ, ମିଥୁନ, ସିଂହ, ତୁଳା ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କୁ ଲାଭ ମିଳିପାରେ। ଏହି ରାଶିର ଲୋକଙ୍କ ପାଇଁ କ୍ୟାରିୟର ଏବଂ ବ୍ୟବସାୟରେ ଲାଭର ଯୋଗ ସୃଷ୍ଟି ହେବ।
ବୃଷ ରାଶି
ବୃଷ ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ। ଚାକିରି କରୁଥିବା ଲୋକଙ୍କୁ ପଦୋନ୍ନତି (ପ୍ରମୋସନ) ମିଳିପାରେ।
ମିଥୁନ ରାଶି
ମିଥୁନ ରାଶିର ଲୋକଙ୍କ ପାଇଁ ସମୟ ଖୁବ ଭଲ ରହିବ। ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଚାକିରି କରୁଥିବା ଲୋକଙ୍କୁ ଲାଭ ମିଳିପାରେ। ବ୍ୟବସାୟୀମାନଙ୍କୁ କୌଣସି ବଡ଼ ଡିଲ ହେତୁ ଫାଇଦା ହେବ। ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି, ତେବେ ଭାବିଚିନ୍ତି ନିବେଶ କରନ୍ତୁ।
ସିଂହ ରାଶି
ସୱାତୀ ନକ୍ଷତ୍ରରେ ବୁଧଙ୍କ ପ୍ରବେଶ କ୍ୟାରିୟର ଦୃଷ୍ଟିକୋଣରୁ ସିଂହ ରାଶି ପାଇଁ ବେଶ ଅନୁକୂଳ ରହିବ। ଆପଣମାନଙ୍କୁ ନୂଆ କାମରେ ସଫଳତା ମିଳିବ। ଚାକିରି କରୁଥିବା ଲୋକଙ୍କ ପାଇଁ ସମୟ ଭଲ ରହିବାକୁ ଯାଉଛି। ନୂତନ କାର୍ଯ୍ୟର ଆରମ୍ଭ କରିପାରିବେ।
ତୁଳା ରାଶି
ବୁଧଙ୍କ ନକ୍ଷତ୍ର ଚଳନ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭଫଳଦାୟୀ ପ୍ରମାଣିତ ହେବ। ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ନୂଆ ସୁଯୋଗ ମିଳିପାରେ। କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାମର ପ୍ରଶଂସା ହେବ, ଯାହା ଦ୍ୱାରା ମନ ପ୍ରସନ୍ନ ରହିବ।
ଧନୁ ରାଶି
ଧନୁ ରାଶିର ଲୋକଙ୍କ ପାଇଁ ବୁଧଙ୍କ ନକ୍ଷତ୍ର ଚଳନ ଲାଭଦାୟକ ସାବ୍ୟସ୍ତ ହେବ। ବୁଧ ଗ୍ରହ ସୱାତୀ ନକ୍ଷତ୍ରକୁ ଆସିବା ଫଳରେ ଆର୍ଥିକ ଦୃଷ୍ଟିକୋଣରୁ ବେଶ ଫାଇଦା ହୋଇପାରେ। ବ୍ୟବସାୟୀମାନେ ଭଲ ମୁନାଫା ବା ଲାଭ ଅର୍ଜନ କରିପାରିବେ।