କନ୍ୟା ରାଶିରେ ସୃଷ୍ଟି ହେଲା ମହାପୁରୁଷ ରାଜଯୋଗ: ମକର ସମେତ ୩ ରାଶିଙ୍କର ଲାଗିଲା ଲଟେରୀ, ବ୍ୟାଙ୍କ ବାଲାନ୍ସରେ ଅଚାନକ ବୃଦ୍ଧି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଭଦ୍ର ମହାପୁରୁଷ ଯୋଗକୁ ଏକ ଶୁଭ ରାଜଯୋଗ ଭାବେ ବିବେଚନା କରାଯାଏ। ବୁଧ ନିଜ ରାଶି ମିଥୁନ କିମ୍ବା କନ୍ୟାରେ ରହି କୁଣ୍ଡଳୀର କେନ୍ଦ୍ର ଭାବ ଅର୍ଥାତ୍‌ ପ୍ରଥମ, ଚତୁର୍ଥ, ସପ୍ତମ କିମ୍ବା ଦଶମ ଭାବରେ ଅବସ୍ଥିତ ହେଲେ ଏହି ଯୋଗ ଗଠିତ ହୁଏ ବୋଲି ଜ୍ୟୋତିଷ ମତ ରହିଛି।
ବର୍ତ୍ତମାନ କନ୍ୟା ରାଶିରେ ଭଦ୍ର ମହାପୁରୁଷ ଯୋଗ ଗଠିତ ହୋଇଥିବାରୁ ଏହାର ପ୍ରଭାବ କିଛି ରାଶିର ଜାତକଙ୍କ ଉପରେ ପଡ଼ିପାରେ। ଜ୍ୟୋତିଷୀୟ ମତାନୁସାରେ, ଏହି ସମୟରେ ଆର୍ଥିକ ସ୍ଥିତି ମଜବୁତ ହେବା ସହ କ୍ୟାରିୟର ଏବଂ ବ୍ୟବସାୟରେ ଲାଭର ସୁଯୋଗ ସୃଷ୍ଟି ହୋଇପାରେ। ଏହି ଯୋଗ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିବ ବୋଲି ଉଲ୍ଲେଖ କରାଯାଇଛି।

ଭଦ୍ର ମହାପୁରୁଷ ଯୋଗ କନ୍ୟା ରାଶିର ଜାତକଙ୍କ ପାଇଁ ଶୁଭ ଫଳ ଆଣିପାରେ ବୋଲି ଜ୍ୟୋତିଷ ମତ। ଏହି ସମୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଆତ୍ମବିଶ୍ୱାସ ବଢ଼ିପାରେ। କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିବା ସହ ଧନଲାଭର ରାସ୍ତା ଖୋଲିପାରେ। ବ୍ୟବସାୟୀମାନଙ୍କର କୌଣସି ଯୋଜନା ସଫଳ ହୋଇପାରେ। ପୈତୃକ ସମ୍ପତ୍ତି ସହ ଜଡ଼ିତ ମାମଲାରେ ମଧ୍ୟ ଲାଭର ସମ୍ଭାବନା ରହିଛି।

କର୍କଟ ରାଶି ପାଇଁ ମଧ୍ୟ ଏହି ଯୋଗ ଲାଭଦାୟକ ହୋଇପାରେ। ଚାକିରି ଓ ବ୍ୟବସାୟରେ ହଠାତ୍‌ ଧନଲାଭର ସୁଯୋଗ ମିଳିପାରେ। ଜମିବାଡ଼ି ଏବଂ ସମ୍ପତ୍ତି ସମ୍ବନ୍ଧୀୟ କାରବାରରେ ଭଲ ଫଳ ମିଳିବାର ଯୋଗ ରହିଛି। ପରିବାରରେ ସୁଖଶାନ୍ତି ବଜାୟ ରହିବା ସହ ଧାର୍ମିକ କାର୍ଯ୍ୟରେ ଯୋଗଦେବାର ସୁଯୋଗ ମିଳିପାରେ।

ମକର ରାଶିର ଜାତକଙ୍କ ପାଇଁ ମଧ୍ୟ ଭଦ୍ର ମହାପୁରୁଷ ଯୋଗ ଶୁଭ ପ୍ରଭାବ ଆଣିପାରେ। ଚାକିରି କରୁଥିବା ଲୋକଙ୍କ ପାଇଁ ବେତନ ବୃଦ୍ଧି କିମ୍ବା ପଦୋନ୍ନତିର ସମ୍ଭାବନା ରହିଛି। ବ୍ୟବସାୟୀମାନେ ବିଭିନ୍ନ ଉପାୟରେ ଲାଭ ପାଇପାରନ୍ତି। ନିବେଶରୁ ଭଲ ରିଟର୍ଣ୍ଣ ମିଳିବା ସହ ଆୟ ବଢ଼ିବା ଏବଂ ବ୍ୟାଙ୍କ ବାଲାନ୍ସରେ ବୃଦ୍ଧି ହେବାର ସମ୍ଭାବନା ଜ୍ୟୋତିଷ ମତରେ ରହିଛି।

Dharitri – Odisha’s No.1 Odia Daily

Share
Tags: rashiphala