Posted inଜାତୀୟ

Budget Session: ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ପ୍ରଶ୍ନ ଏଡାଉଛନ୍ତି ସରକାର, ଅଭିଯୋଗ ଆଣିଲେ ଟିଏମସି ନେତା…

ନୂଆଦିଲ୍ଲୀ,୩୦।୧ : ସଂସଦରେ ବଜେଟ ଅଧିବେଶନ ପୂର୍ବରୁ ସମସ୍ତ ଦଳର ନେତାଙ୍କ ସହ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ଦଳ ଆମନ୍ତ୍ରିତ ହୋଇଥିଲେ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଉଭୟ ଗୃହର ସମସ୍ତ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ସଂସଦ ଲାଇବ୍ରେରୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈ ଠକ ଆରମ୍ଭ ହେବା ପୂର୍ବରୁ ଟିଏମସି ଏମପି ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁଖେନ୍ଦୁ ଶେଖର ରାୟ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟିଥିଲେ।

ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଏହି ବୈଠକରେ ୩୦ ଟି ଦଳର ୪୫ ନେତା ଅଂଶଗ୍ରହଣ କରିଛନ୍ତି। ସେ କହିଛନ୍ତି, ’ଏହି ବୈଠକ ଏକ ଭଲ ପରିବେଶରେ ଅନୁଷ୍ଠିତ ହୋଇଥିଲା। ଏହା ୧୭ ତମ ଲୋକସଭାର ଏକ ସଂକ୍ଷିପ୍ତ ଏବଂ ଶେଷ ଅଧିବେଶନ ଥିଲା ।

ସର୍ବଦଳୀୟ ବୈଠକ ପରେ  ସୁଦୀପ ବନ୍ଦୋପାଧ୍ୟାୟ ଗଣମାଧ୍ୟମକୁ କହିଛନ୍ତି, ଆମେ ଆମର ଦାବି ଉପସ୍ଥାପନ କରିବାକୁ ପ୍ରସ୍ତୁତ। ଆମେ ୧୫୦ ସାଂସଦଙ୍କ ନିଲମ୍ବନ ପ୍ରସଙ୍ଗ ମଧ୍ୟ ଉଠାଇଛୁ, କିନ୍ତୁ ସରକାରଙ୍କ ମନୋଭାବ କୌଣସି ପ୍ରଶ୍ନର ଉତ୍ତର ଦେବା ପାଇଁ ନୁହେଁ। ସରକାର ଏହି ପ୍ରଶ୍ନକୁୁ ଏଡାଇବାକୁ ଚିନ୍ତା କରୁଛନ୍ତି।

ଏମପିଙ୍କ ନିଲମ୍ବନ ସମ୍ପର୍କରେ ପଚରାଯିବାରୁ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ସମସ୍ତ ନିଲମ୍ବନ ବାତିଲ କରାଯିବ। ମୁଁ ଲୋକସଭା ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ କଥା ହୋଇଛି। ମୁଁ ମଧ୍ୟ ସରକାରଙ୍କ ତରଫରୁ ତାଙ୍କୁ ଅନୁରୋଧ କରିଛି। ଏହା ହେଉଛି ବାଚସ୍ପତି ଏବଂ ଅଧ୍ୟକ୍ଷଙ୍କ ଅଧିକାର। ତେଣୁ ସମସ୍ତ ନିଲମ୍ବିତ ସାଂସଦଙ୍କ ନିଲମ୍ବନକୁ ବାତିଲ କରି ସେମାନଙ୍କୁ ଗୃହକୁ ଆସିବାକୁ ଅନୁମତି ଦେବାକୁ ଆମେ ଉଭୟଙ୍କୁ ଅନୁରୋଧ କରିଛୁ। ଉଭୟ ଏଥିରେ ସହମତ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri