Posted inଜାତୀୟ

ଆଜିଠୁ ବଜେଟ ଅଧିବେଶନ: ଏନ୍‌ଇଇଟିି, ଦରଦାମ୍‌ ବୃଦ୍ଧି ପ୍ରସଙ୍ଗ ଉଠାଇବେ ବିରୋଧୀ

ନୂଆଦିଲ୍ଲୀ,୨୨ା୭: ପାର୍ଲାମେଣ୍ଟର ବଜେଟ ଅଧିବେଶନ ସୋମବାର ଆରମ୍ଭ ହେବ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୧୯ଟି କାର୍ଯ୍ୟ ଦିବସ ରହିବ। ଏହା ଭିତରେ କେନ୍ଦ୍ର ସରକାର ୬ଟି ବିଲ୍‌ ଆଗତ କରିବେ। ସେଗୁଡ଼ିକ ମଧ୍ୟରେ ରହିଛି ୯୦ ବର୍ଷ ପୁରୁଣା ଏୟାରକ୍ରାଫ୍ଟ ଆଇନ ବଦଳାଇବା ଏବଂ କେନ୍ଦ୍ରୀୟ ଶାସନ ଚାଲିଥିବା ଜମ୍ମୁ-କଶ୍ମୀର ବଜେଟକୁ ସ୍ବୀକୃତି ସମ୍ପର୍କିତ ବିଲ୍‌। ତେବେ ଏନ୍‌ଇଇଟି-ୟୁଜି ପ୍ରଶ୍ନପତ୍ର ପ୍ରଘଟ, ବୋଲ୍‌ବମ୍‌ ଯାତ୍ରାବେଳେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କ ବିବାଦୀୟ ସାଇନ୍‌ବୋର୍ଡ ନିର୍ଦ୍ଦେଶନାମା ଭଳି ଅନେକ ସମ୍ବେଦନଶୀଳ ପ୍ରସଙ୍ଗ ଥିବାରୁ ଏଥର ବଜେଟ ଅଧିବେଶନରେ ଅଧିକ ହଟ୍ଟଗୋଳ ଦେଖିବାକୁ ମିଳିପାରେ। ଏହାକୁ ଦୃଷ୍ଟିରେ ରଖି ସରକାର ସୁରୁଖୁରୁରେ ସଂସଦ ଚଳାଇବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ି ରବିବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ବିରୋଧୀ ଦଳଗୁଡ଼ିକ ଏହି ୨ ପ୍ରସଙ୍ଗରେ ବିତର୍କ କରାଇବା ପାଇଁ ଦାବି କରିଛନ୍ତି।

କଂଗ୍ରେସ ଲୋକ ସଭା ଉପବାଚସ୍ପତି ପଦ ପାଇଁ ନିର୍ବାଚନ କରାଇବାକୁ ଦାବି କରିଛି। ଅନ୍ୟପକ୍ଷେ ବୈଠକରେ ସାମିଲ ହୋଇଥିବା ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ), ଜଗନ୍‌ମୋହନ୍‌ ରେଡ୍ଡୀଙ୍କ ଓ୍ବାଇଏସ୍‌ଆର୍‌ସିପି ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ (ବିଜେଡି) ସଦସ୍ୟମାନେ ଯଥାକ୍ରମେ ବିହାର, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଲାଭ କରି ନ ଥିବାରୁ ଜେଡିୟୁ, ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ସମେତ ଛୋଟ ଦଳଗୁଡ଼ିକର ସମର୍ଥନରେ କେନ୍ଦ୍ରରେ ମେଣ୍ଟ ସରକାର ଗଢ଼ିଛି। ଏଥର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର ପୂର୍ବାପେକ୍ଷା ଦୁର୍ବଳ ସ୍ଥିତିରେ ରହିଛି। ମୋଦି ୩.୦ ସରକାର ଗଠନ ହେବା ପରେ ପ୍ରଥମ ଥର ପାଇଁ ପାର୍ଲାମେଣ୍ଟରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବାକୁ ଯାଉଛି।

ସୋମବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହେବା ପରେ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ୨୦୨୪-୨୫ ଆର୍ଥିକ ବର୍ଷ (ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ) ପାଇଁ ପୂର୍ଣ୍ଣାଙ୍ଗ ଆର୍ଥିକ ବଜେଟ ଉପସ୍ଥାପନ କରିବେ। ୩ ସପ୍ତାହ ଧରି ଚାଲିବାକୁ ଥିବା ଉକ୍ତ ଅଧିବେଶନରେ ବିରୋଧୀ ଉଭୟ ଲୋକ ସଭା ଓ ରାଜ୍ୟ ସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସରକାର ରବିବାର ସର୍ବଦଳୀୟ ବୈଠକ ଡାକିଥିଲେ। ନିକଟରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ଏବଂ ଉତ୍ତରାଖଣ୍ଡର ପୁଷ୍କର ସିଂ ଧାମି ସରକାର ବୋଲ୍‌ବମ୍‌ ଯାତ୍ରୀଙ୍କ ପଥରେ ପଡ଼ୁଥିବା ସମସ୍ତ ଦୋକାନର ସାଇନ୍‌ବୋର୍ଡରେ ମାଲିକଙ୍କ ନାମ, ଠିକଣା ଓ ମୋବାଇଲ ନମ୍ବର ଉଲ୍ଲେଖ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିରୋଧୀ ଦଳଗୁଡ଼ିକ ଏହି ‘ବିଭାଜନବାଦୀ ନିର୍ଦ୍ଦେଶନାମା’ ପ୍ରସଙ୍ଗ ଉଠାଇ ଏହା ଉପରେ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏନ୍‌ଡିଏ ଅଂଶୀଦାର ଜେଡିୟୁ ବିହାରକୁ ଏବଂ ଭାଜପାର ଭିତିରି ସହଯୋଗୀ ଭାବେ ଜଣାଶୁଣା ଓ୍ବାଇଏସ୍‌ଆର୍‌ସିପି ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ ନିମନ୍ତେ ଦାବି କରିଛନ୍ତି। ସେହିପରି ବିଜେଡି ଓଡ଼ିଶାକୁ ସ୍ପେଶାଲ କାଟାଗୋରି ଷ୍ଟାଟସ୍‌ ପ୍ରଦାନ ପାଇଁ ବୈଠକରେ ଦାବି ଜଣାଇଛି। ବିଜେଡିର ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଶା ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଥିଲେ ମଧ୍ୟ ମାନ୍ୟତା ପାଇବାରୁ ବଞ୍ଚତ୍ତ ହୋଇଛି। ବିହାର ଓ ଆନ୍ଧ୍ରର ଏଭଳି ଦାବି ସହ ଆମେ ସ୍ବର ମିଳାଇ ଅନୁରୂପ ଦାବି କରିଛୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏନ୍‌ଡିଏର ଅନ୍ୟତମ ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ମଧ୍ୟ ବିହାରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି କରିଛନ୍ତି। ତେବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ଏହି ପ୍ରସଙ୍ଗରେ ନୀରବ ରହିବା ବିସ୍ମିତ କରିଛି ବୋଲି କଂଗ୍ରେସ ନେତା ଜୟରାମ ରମେଶ ଏକ୍ସ’ରେ ଉଲ୍ଲେଖ କରିଛନ୍ତି।

ଅଷ୍ଟାଦଶ ଲୋକ ସଭାର ପ୍ରଥମ ଅଧିବେଶନରେ ବିରୋଧୀ ଦଳଗୁଡ଼ିକ ଏନ୍‌ଇଇଟି ପରୀକ୍ଷାରେ ଦୁର୍ନୀତି ଓ ପ୍ରଶ୍ନପତ୍ର ଲିକ୍‌, ଟ୍ରେନ୍‌ ଦୁର୍ଘଟଣା, ଦରଦାମ ବୃଦ୍ଧି, ବେରୋଜଗାରି ସମେତ ମଣିପୁର ସଙ୍କଟ ପ୍ରସଙ୍ଗ ଉଠାଇବା ପାଇଁ ସୁଯୋଗ ପାଇ ନ ଥିବା ଦର୍ଶାଇ ବଜେଟ ଅଧିବେଶନରେ ଏହା ଉପରେ ବିତର୍କ ଦାବି କରିଛନ୍ତି। ଲୋକ ସଭାର ବିରୋଧୀ ଦଳ (କଂଗ୍ରେସ) ଉପନେତା ଗୌରବ ଗୋଗୋଇ କହିଛନ୍ତି, ସରକାର ଉପବାଚସ୍ପତି ପଦ ବିରୋଧୀଙ୍କୁ ଛାଡ଼ିଦେବା ଉଚିତ। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ବିରୋଧୀ ଦଳଗୁଡ଼ିକର ନେତାମାନଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ପ୍ରସଙ୍ଗ ଉଠାଇଥିବାବେଳେ ଦ୍ରାବିଡ ମୁନେତ୍ରା କାଝାଗାମ (ଡିଏମ୍‌କେ)ର ଟି.ଆର୍‌. ବାଲୁ ବିରୋଧୀ ଶାସିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ଦିଆ ନ ଯିବା ନେଇ ଚିନ୍ତା ପ୍ରକଟ କରିଛନ୍ତି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା, କଂଗ୍ରେସର କେ. ସୁରେଶ, ଜେଡିୟୁର ସଞ୍ଜୟ ଝା, ଏନ୍‌ସିପିର ପ୍ରଫୁଲ ପଟେଲ ଏବଂ ଆର୍‌ଜେଡିର ଅଭୟ କୁଶଓ୍ବାହ ମଧ୍ୟ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ମହିଳାଙ୍କ ବିଷୟରେ ଆପତ୍ତିଜନକ ମନ୍ତବ୍ୟ ଦେଲେ ଅନିରୁଦ୍ଧାଚାର୍ଯ୍ୟ, ମାମଲା ରୁଜୁ

ନୂଆଦିଲ୍ଲୀ,୧୦।୧୨: ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହିଳାମାନଙ୍କ ବିଷୟରେ ଦେଇଥିବା କିଛି ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି ମାମଲାରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଗଠନ ହେଲା ଟିମ୍‌

ନୂଆଦିଲ୍ଲୀ,୧୦ା୧୨: ଇଣ୍ଡିଗୋ ଉଡ଼ାଣ ତଦାରଖ ପାଇଁ ଏକ ଟିମ୍‌ ଗଠନ କରାଯାଇଛି। ବିମାନ ଚଳାଚଳ ନିୟାମକ ଡିରେକ୍ଟୋରେଟ ଜେନେରାଲ ଅଫ୍‌ ସିଭିଲ ଏଭିଏସନ (DGCA) ବୁଧବାର...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri