ନୂଆଦିଲ୍ଲୀ,୧୭।୧୧: କେନ୍ଦ୍ରୀୟ ବଜେଟ ୨୦୨୭-୨୮ ର ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ଏଥର ବଜେଟ ନିର୍ମାଣ ପ୍ରକ୍ରିୟାରେ ଏକ ଐତିହାସିକ ପରିବର୍ତ୍ତନ ଦେଖିବାକୁ ମିଳିବ। ‘ଦି ଇକୋନୋମିକ ଟାଇମ୍ସ’ର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଅର୍ଥନୀତିଜ୍ଞମାନଙ୍କ ସହ ବୈଠକ କରି ବଜେଟ-ପୂର୍ୱ ପରାମର୍ଶ (Pre-Budget Consultations) ର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି।
ଏହି ସମୟରେ ଏକ ସୱତନ୍ତ୍ର ଅଧିବେଶନର ମଧ୍ୟ ଆୟୋଜନ କରାଯିବ, ଯେଉଁଥିରେ ‘ଜେନ ଜେଡ’ (Gen Z) ବା ଯୁବପିଢ଼ିଙ୍କୁ ସାମିଲ କରାଯିବ। ଏହାର ଉଦ୍ଦେଶ୍ୟ ହେଉଛି ରୋଜଗାର, ଶିକ୍ଷା ଏବଂ ଭବିଷ୍ୟତର ଅର୍ଥନୈତିକ ନୀତି ଉପରେ ସିଧାସଳଖ ସେମାନଙ୍କ ମତାମତ ଗ୍ରହଣ କରିବା। ଏହା ପ୍ରଥମଥର ପାଇଁ ହେବ ଯେ ବଜେଟ ପ୍ରସ୍ତୁତ କରିବା ପୂର୍ୱରୁ ସରକାର ଦେଶର ଯୁବକଯୁବତୀମାନଙ୍କ ସହ ଆଲୋଚନା କରିବେ।
ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ସୋମବାର ଦିନ ଅନେକ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହ ପ୍ରଥମ ପ୍ରି-ବଜେଟ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଆର୍ଥିକ ବ୍ୟାପାର ବିଭାଗ (DEA) ର ସଚିବ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ଥିଲେ।
ଏହାର ଉଦ୍ଦେଶ୍ୟ ଥିଲା ଅର୍ଥନୀତି ସହ ଜଡ଼ିତ ବିଭିନ୍ନ ଅଂଶୀଦାରମାନଙ୍କଠାରୁ ପରାମର୍ଶ ସଂଗ୍ରହ କରିବା। ଏହାଦ୍ୱାରା ଅର୍ଥ ମନ୍ତ୍ରଣାଳୟକୁ ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରାଥମିକତା ସ୍ଥିର କରିବା ଏବଂ ପ୍ରସ୍ତାବ ପ୍ରସ୍ତୁତ କରିବାରେ ସାହାୟତା ମିଳିଥାଏ। ଏହି ବାର୍ଷିକ ପ୍ରକ୍ରିୟା ଅଧୀନରେ ଆଶା କରାଯାଉଛି ଯେ ସରକାର ଆଗାମୀ ଦିନରେ ଶିଳ୍ପ, ଟ୍ରେଡ ୟୁନିୟନ, ରାଜ୍ୟ ସରକାର ଏବଂ ସାମାଜିକ କ୍ଷେତ୍ରର ପ୍ରତିନିଧିମାନଙ୍କ ସହ ଆହୁରି ଆଲୋଚନା କରିବେ।
ଏହି ପଦକ୍ଷେପ ଗତ ବଜେଟରେ ଯୁବପିଢ଼ିଙ୍କ ଅଂଶଗ୍ରହଣ ଉପରେ ସରକାର ଦେଇଥିବା ଗୁରୁତ୍ୱ ସହିତ ସମ୍ପୂର୍ଣ୍ଣ ସମାନ ଅଟେ। ଉଲ୍ଲେଖନୀୟ ଯେ, କେନ୍ଦ୍ରୀୟ ବଜେଟ ୨୦୨୬-୨୭ ଉପସ୍ଥାପନ କରିବା ସମୟରେ ର୍ନିମଳା ସୀତାରମଣ ଏହାକୁ ’ଯୁବ ଶକ୍ତି-ଚାଳିତ ବଜେଟ’ ବୋଲି କହିଥିଲେ। ସେ କହିଥିଲେ ଯେ ଏଥିରେ ସାମିଲ ଅନେକ ପ୍ରସ୍ତାବ ’ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ 2026’ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ହୋଇଥିବାରଗୁଡ଼ିକ ଦ୍ୱାରା ପ୍ରେରିତ ଥିଲା।
ସୂଚନାଯୋଗ୍ୟ ଯେ, ବଜେଟ-ପୂର୍ୱ ପରାମର୍ଶର ଏହି ପ୍ରକ୍ରିୟା ନଭେମ୍ୱର ୨୬ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ କୃଷି, ପୁଞ୍ଜି ବଜାର (Capital Markets), ବ୍ୟାଙ୍କିଂ, ଉତ୍ପାଦନ (Manufacturing) ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରର ଅଂଶୀଦାରମାନଙ୍କ ସହିତ ବୈଠକଗୁଡ଼ିକର ଆୟୋଜନ କରାଯିବ।