Budget 2026: ୭ଟି ହାଇ-ସ୍ପିଡ୍ ରେଳ କରିଡର ଘୋଷଣା, ଉପକୃତ ହେବେ ଓଡିଶା ସମେତ ଏସବୁ ରାଜ୍ୟ

ନୂଆଦିଲ୍ଲୀ,୧।୨: ଭାରତର ପ୍ରମୁଖ ଆର୍ଥିକ ଓ ବାଣିଜ୍ୟିକ ସହରଗୁଡ଼ିକୁ ଯୋଡିବା ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏସଓ ସହରକୁ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ୭ଟି ନୂତନ ହାଇସ୍ପିଡ୍ ରେଳ କରିଡରର ପ୍ରସ୍ତାବ ରଖିଛନ୍ତି। ପରିବେଶ ଅନୁକୂଳ ଏବଂ ଦ୍ରୁତ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କରିଡରଗୁଡ଼ିକୁ ‘ଗ୍ରୋଥ୍ କନେକ୍ଟର’ ଭାବେ ବିକଶିତ କରାଯିବ।

ନୂତନ ଭାବେ ଘୋଷଣା ହୋଇଥିବା ୭ଟି ରୁଟ୍:
୧. ମୁମ୍ବାଇ – ପୁଣେ ୨. ପୁଣେ – ହାଇଦ୍ରାବାଦ ୩. ହାଇଦ୍ରାବାଦ – ବେଙ୍ଗାଲୁରୁ ୪. ହାଇଦ୍ରାବାଦ – ଚେନ୍ନାଇ ୫. ଚେନ୍ନାଇ – ବେଙ୍ଗାଲୁରୁ ୬. ଦିଲ୍ଲୀ – ବାରାଣସୀ ୭. ବାରାଣସୀ – ଶିଲିଗୁଡ଼ି

ଏହି ହାଇସ୍ପିଡ୍ ଟ୍ରେନ୍ ଯୋଗୁଁ ସହରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ବହୁମାତ୍ରାରେ ହ୍ରାସ ପାଇବ। ଏହା କମ୍ କାର୍ବନ ନିର୍ଗମନ ସହ ଏକ ସ୍ଥାୟୀ ପରିବହନ ବିକଳ୍ପ ପ୍ରଦାନ କରିବ।ଦେଶର ବୈଷୟିକ କେନ୍ଦ୍ର, ଆର୍ଥିକ ହବ୍ ଏବଂ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ଯୋଡ଼ିବା ଦ୍ୱାରା ଆଞ୍ଚଳିକ ବିକାଶ ତ୍ୱରାନ୍ୱିତ ହେବ।

ଏହି ପ୍ରକଳ୍ପ ଦ୍ୱାରା ଦେଶର ଦ୍ରୁତ ବିକାଶ ହେଉଥିବା ସହରଗୁଡ଼ିକ ପରସ୍ପର ସହ ଅତି ସହଜରେ ଯୋଡ଼ି ହୋଇପାରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ଶସ୍ତା ହେଲା ଜୋତା ମହଙ୍ଗା ହେଲା ମଦ, ଜାଣନ୍ତୁ ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କ୍ରମାଗତ ନବମ ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସାଧାରଣ ଜନତାଙ୍କ ପାଇଁ ସବୁଠାରୁ ବଡ଼ ଏବଂ…

ବଜେଟ୍ ଝଟ୍‌କା: ଶେୟାର ବଜାରରେ ଭୟର ବାତାବରଣ, ସେନସେକ୍ସ ୧୫୦୦ ପଏଣ୍ଟ ଖସିଲା

ନୂଆଦିଲ୍ଲୀ,୧।୨: ଭାରତୀୟ ଶେୟାର ବଜାରକୁ ଲାଗିଛି ବଜେଟ୍ ଝଟ୍‌କା। ପ୍ରାରମ୍ଭିକ କାରବାରରେ ବଜାର ଲାଭରେ ଥିଲେ ହେଁ, ଅର୍ଥମନ୍ତ୍ରୀଙ୍କ ଭାଷଣ ପରେ ବଜାର ତଳମୁହଁ ହୋଇଥିଲା। ନିବେଶକମାନେ…

ଏଣିକି ଟ୍ୟାକ୍ସ ଫାଙ୍କିଲେ କି ନ ଦେଲେ ହେବନି ଜେଲ୍‌…ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୨: ଯଦି ଆପଣ ମଧ୍ୟ କଠୋର ଆୟକର ନିୟମ ଏବଂ ଯାଞ୍ଚ ପ୍ରକ୍ରିୟାକୁ ଭୟ କରୁଥିଲେ, ତେବେ 2026-27 ଆର୍ଥିକ ବର୍ଷର ବଜେଟ ଏକ ବଡ଼ ଆଶ୍ୱସ୍ତି…

Union Budget 2026-27: ଆୟକର ଦାତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ,୨।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ସଂସଦରେ ତାଙ୍କର ନବମ ବଜେଟ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷ 2026-27 ପାଇଁ ବଜେଟ ଦେଶର ସଂସଦୀୟ ଇତିହାସରେ ଏକ…

Budget 2026: ୧୭.୨ ଲକ୍ଷ କୋଟି ଋଣ କରିବେ ସରକାର, ବିତିୟ ନିଅଣ୍ଟ ୪.୩% ରଖିବାକୁ ଲକ୍ଷ୍ୟ

ନୂଆଦିଲ୍ଲୀ,୧।୨: ରବିବାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସରକାର ଆଗାମୀ ଆର୍ଥିକ ବର୍ଷ ପାଇଁ ରାଜକୋଷୀୟ ନିଅଣ୍ଟକୁ ଜିଡିପି…

Budget 2026: ଏସବୁ ଚାଷକୁ ପ୍ରୋତ୍ସାହନ ଘୋଷଣା; ଭାରତୀୟ ବ୍ରାଣ୍ଡକୁ ବିଶ୍ୱସ୍ତରୀୟ କରିବା ଯୋଜନା

ନୂଆଦିଲ୍ଲୀ,୧।୨: ବଜେଟ୍ ୨୦୨୬ରେ ଚାଷୀମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଉଚ୍ଚ ମୂଲ୍ୟର କୃଷିଜାତ ଦ୍ରବ୍ୟ ଯଥା କାଜୁ, କୋକୋ ଏବଂ ଚନ୍ଦନ…

ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଦେଶରେ ହେବ ଆଉ ୩ ନୂଆ AIIMS

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଆଜି ତାଙ୍କର ଲଗାତର ନବମ ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଏହି ବଜେଟ୍‌ରେ ଆତ୍ମନିର୍ଭରଶୀଳ ଭାରତ ପାଇଁ ୨୦୦୦ କୋଟିର ଘୋଷଣା…

Budget 2026: ପ୍ରତି ଜିଲାରେ ଖୋଲିବ ଛାତ୍ରୀନିବାସ; ମେଧାବୀ ଛାତ୍ରୀଙ୍କ ପାଇଁ ବଡ ଘୋଷଣା

ନୂଆଦିଲ୍ଲୀ,୧।୨: ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷ କରି STEM (ବିଜ୍ଞାନ, ବୈଷୟିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri