Budget 2024: ଫେବୃଆରୀ ୧ରେ ଆନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ, ଭାଙ୍ଗିବେ ମୋରାରଜୀ ଦେସାଇଙ୍କ ରେକର୍ଡ

ନୂଆଦିଲ୍ଲୀ,୨୬।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୨ରେ କ୍ରମାଗତ ଷଷ୍ଠ ଥର ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ଏଥରର ବଜେଟ ସମ୍ପୂର୍ଣ୍ଣ ଉପସ୍ଥାପନ ହେବ ନାହିଁ କାରଣ ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ନିର୍ବାଚନ ଖର୍ଚ୍ଚ ପୂରଣ ପାଇଁ ସରକାର ଆନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନ ପୂର୍ବରୁ ଏହା ପ୍ରତ୍ୟେକ ଥର ଉପସ୍ଥାପିତ ହୋଇଥାଏ। କ୍ରମାଗତ ପାଞ୍ଚଟି ବାର୍ଷିକ ବଜେଟ ଏବଂ ଗୋଟିଏ ଆନ୍ତରୀଣ ବଜେଟ ଉପସ୍ଥାପନ କରି ସେ ଦେଶର ଦ୍ୱିତୀୟ ଅର୍ଥମନ୍ତ୍ରୀ ହେବେ । ଅଦ୍ୟାବଧି ଏହି ସଫଳତା କେବଳ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ନାମରେ ରହିଛି।

ଫେବୃଆରୀ ୨ରେ ସୀତାରମଣ ଆନ୍ତରୀଣ ବଜେଟ ଉପସ୍ଥାପନ କରିବେ। ସେ ମନମୋହନ ସିଂ, ଅରୁଣ ଜେଟଲୀ, ପି ଚିଦାମ୍ବରମ ଏବଂ ଯଶବନ୍ତ ସିହ୍ନାଙ୍କ ପରି ପୂର୍ବତନ ଅର୍ଥମନ୍ତ୍ରୀଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି। ଏହି ଅର୍ଥମନ୍ତ୍ରୀମାନେ କ୍ରମାଗତ ପାଞ୍ଚଟି ବଜେଟ ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଭାବରେ ଦେସାଇ ୧୯୫୯-୧୯୬୪ ମଧ୍ୟରେ ପାଞ୍ଚଟି ବାର୍ଷିକ ବଜେଟ ଏବଂ ଗୋଟିଏ ଆନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ। ଯାହାକୁ ସୀତାରମଣ ଭାଙ୍ଗି ରେକର୍ଡ କରିବାକୁ ଯାଉଛନ୍ତି।

Share