ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ କଲେକ୍ସନର ଶୁଭାରମ୍ଭ ସହ ଅନନ୍ୟ ଏବଂ ଉତ୍କୃଷ୍ଟ ସଂଗ୍ରହ ସହିତ ପର୍ବ ପାଳନ କରିବାର ପରମ୍ପରା ଜାରି ରଖିଛି। ବିଶେଷକରି ଏହାର ପ୍ରସିଦ୍ଧ ‘ଜୁଏଲ୍ସ ଅଫ୍‌ ଇଣ୍ଡିଆ’ କଲେକ୍ସନ ସିରିଜର ନବମ ପର୍ଯ୍ୟାୟରେ ବିନ୍ଧ୍ୟ କଲେକ୍ସନର ଉନ୍ମୋଚନ କରିଥିବାବେଳେ ଏହା ମଧ୍ୟପ୍ରଦେଶର ସମୃଦ୍ଧ କଳାତ୍ମକ ପରମ୍ପରାରୁ ପ୍ରେରିତ ହୋଇଛି ବୋଲି ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରିଲାଏନ୍ସ ଜୁଏଲ୍ସର ବାରାଣସୀ ଶୋ’ରୁମ୍‌(ଷ୍ଟୋର) ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ଯୋଗଦେଇ ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ ବିନ୍ଧ୍ୟ କଲେକ୍ସନକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ ସହ ବଜାର ପ୍ରବେଶ କରାଇଛନ୍ତି।

ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ଚଳିତ ଅକ୍ଷୟ ତୃତୀୟାରେ ବିନ୍ଧ୍ୟ କଲେକ୍ସନର ଉନ୍ମୋଚନ ଭାରତର ବିବିଧ ସାଂସ୍କୃତିକ ଐତିହ୍ୟକୁ ପାଳନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏପରିକି ମଧ୍ୟପ୍ରଦେଶର ସମୃଦ୍ଧ ପରମ୍ପରାରୁ ଅନୁପ୍ରାଣିତ ଏହି ସଂକଳନ ଆମର ‘ଜୁଏଲ୍ସ ଅଫ୍‌ ଇଣ୍ଡିଆ ସିରିଜର ୯ମ ଏବଂ ଭାରତୀୟ କଳା ଓ କାରିଗରି ପ୍ରଦର୍ଶନର ପ୍ରମାଣ ହୋଇପାରିଛି।

ଅପରପକ୍ଷରେ ପ୍ରତ୍ୟେକ ଅଳଙ୍କାର ମଧ୍ୟପ୍ରଦେଶର ପ୍ରସିଦ୍ଧ ସ୍ମାରକୀ ଯଥା ଗ୍ବାଲିୟର କିଲ୍ଲା, ସାଞ୍ଚତ୍ ସ୍ତୂପ, ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିର ଏବଂ ମିତାଓଲି ଏବଂ ବଟେଶ୍ୱର ମନ୍ଦିରରୁ ଅନୁପ୍ରାଣିତ ଡିଜାଇନରେ ଏହି କଲେକ୍ସନ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଦରକାର ପଡ଼ିବନି LPG ସିଲିଣ୍ଡର! ଏଣିକି ଇଥାନଲରେ ହେବ ରୋଷେଇ, ହେଲେ କିଣିବାକୁ ପଡିବ ନୂଆ ଚୁଲା

ନୂଆଦିଲ୍ଲୀ,୨୩।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ କରିବା ପରେ, କେନ୍ଦ୍ର ସରକାର ଏବେ ଏହି ଜୈବ ଇନ୍ଧନ (biofuel) ର ଅନ୍ୟ ଏକ ବଡ଼ ବ୍ୟବହାର ଆପଣଙ୍କ ରୋଷେଇ…

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri