ସାଧାରଣ ବଜେଟ-୨୦୨୧: ନଜରରେ ୫ ପ୍ରମୁଖ କ୍ଷେତ୍ର

ନୂଆଦିଲ୍ଲୀ,୧ା୨: ବଜେଟ ୨୦୨୧ ଅର୍ଥ ବ୍ୟବସ୍ଥା ଲାଗି ଅନେକ ଗୁରୁତ୍ୱ ବହନ କରେ। ପୂର୍ବର ବଜେଟଗୁଡ଼ିକ ତୁଳନାରେ ୨୦୨୧-୨୨ ଆର୍ଥତ୍କ ବର୍ଷର ବଜେଟ ଭିନ୍ନ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପୂର୍ବରୁ କହିସାରିଛନ୍ତି। ଭାରତକୁ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା ଭାବେ ଗଢ଼ି ତୋଳିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ବଜେଟରେ ସ୍ବାସ୍ଥ୍ୟ ଏବଂ ସ୍ବାସ୍ଥ୍ୟ କ୍ଷେତ୍ର ନିବେଶ ଦିଗରେ ଘୋଷଣା ହୋଇପାରେ। ବିଶେଷକରି ୫ ପ୍ରମୁଖ କ୍ଷେତ୍ରକୁ ସରକାର ତାଙ୍କ ପ୍ରାଥମିକତା ମଧ୍ୟରେ ରଖିପାରନ୍ତି ବୋଲି କୁହାଯାଉଛି।

ସ୍ବାସ୍ଥ୍ୟ କ୍ଷେତ୍ର


ସାଧାରଣ ବଜେଟରେ ସରକାର ସ୍ବାସ୍ଥ୍ୟ କ୍ଷେତ୍ରକୁ ଉତ୍ସାହିତ କରିପାରନ୍ତି। ବଡ଼ ପ୍ରୋତ୍ସାହନ ଘୋଷଣା, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିବେଶ, ଟେକ୍ନୋଲୋଜି ବ୍ୟବହାର, ଗବେଷଣା ଏବଂ ଉନ୍ନତୀକରଣ ଏବଂ ଡିଜିଟାଲ ହେଲ୍‌ଥ ଉପରେ ସରକାର ଗୁରୁତ୍ୱ ଦେଇପାରନ୍ତି ବୋଲି ଶିଳ୍ପ କ୍ଷେତ୍ର ବେଶ୍‌ ଆଶାବାଦୀ ରହିଛି। ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଏବେ ଅନେକ ସମସ୍ୟା ଲାଗି ରହିଛି। ଦେଶରେ ଜଣେ ଡାକ୍ତର ପିଛା ରୋଗୀ ଅନୁପାତ ୧୪୫୬ ରହିଥିବା ବେଳେ ରୋଗୀ ଏବଂ ହସ୍ପିଟାଲର ବେଡ୍‌ ଅନୁପାତ ୧ ଲକ୍ଷରେ ୧୩୧ ରହିଛି। ଏଣୁ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ବ୍ୟୟ ବରାଦ ଜିଡିପିର ୨ରୁ ୨.୫% ଯାଏ ଆଶା କରାଯାଉଛି। ସେହିଭଳି ଫାର୍ମା କ୍ଷେତ୍ର ଟିକସ ହ୍ରାସ ଏବଂ ମେଡିଶିନ ମୂଲ୍ୟ ହ୍ରାସ ହେବା ନେଇ ଆଶା ରଖିଛି।

ଭିତ୍ତିଭୂମି


ଭିତ୍ତିଭୂମି ନିବେଶ ଉପରେ ସରକାର ଗୁରୁତ୍ୱ ଦେଇ ଆସିଛନ୍ତି। ସାଧାରଣ ବଜେଟରେ ଭିତ୍ତିଭୂମି କ୍ଷେତ୍ର ଲାଗି କିଛି ବଡ଼ ଘୋଷଣା ଆସିପାରେ। ବଜେଟରେ ସରକାରୀ ଭିତ୍ତିଭୂମି କ୍ଷେତ୍ରରେ ଘରୋଇ ସହଭାଗିତାକୁ ଉତ୍ସାହିତ କରିବା ସହ ପ୍ରୋତ୍ସାହନ ମଧ୍ୟ ଦେଇପାରନ୍ତି। ଭିତ୍ତିଭୂମି ନିବେଶକୁ ବଢ଼ାଇବା ଲାଗି ସରକାର ପୁଞ୍ଜି ଖର୍ଚ୍ଚ ଉପରେ ଫୋକସ କରିପାରନ୍ତି। ଆଗାମୀ ୫ ବର୍ଷରେ ଭିତ୍ତିଭୂମିରେ ୧ ଲକ୍ଷ କୋଟି ଟଙ୍କା ନିବେଶ ନେଇ ସରକାର ଯୋଜନା ରଖିଛନ୍ତି। ଭିତ୍ତିଭୂମି ଭିଜନ ୨୦୨୫ର ଅଗ୍ରଗତି ନେଇ ଅର୍ଥମନ୍ତ୍ରୀ ଘୋଷଣା ମଧ୍ୟ କରିପାରନ୍ତି। ଏହା ମଧ୍ୟରେ ୨୪ ଘଣ୍ଟିଆ ଶକ୍ତି ଯୋଗାଣ, ଡିଜିଟାଲ ସେବା, ଗୁଣାତ୍ମକ ଶିକ୍ଷା, ଦକ୍ଷ ପରିବହନ ବ୍ୟବସ୍ଥା ଏବଂ ସମସ୍ତଙ୍କ ଲାଗି ବାସଗୃହ ସାମିଲ ରହିଛି। ଭିତ୍ତିଭୂମି ନିବେଶ ନ ବଢ଼ିଲେ ଜିଡିପି ଆଗାମୀ ଦିନରେ ମଧ୍ୟ ପ୍ରଭାବିତ ହୋଇ ରହିବ ବୋଲି ସିଆଇଆଇ ପକ୍ଷରୁ ବଜେଟ ପ୍ରସ୍ତାବରେ କୁହାଯାଇଥିଲା।

ବ୍ୟକ୍ତିଗତ ଟିକସ


ବର୍ଷ ୨୦୨୦ରେ ଆୟକର କ୍ଷେତ୍ରରେ ଅନେକ ସଂସ୍କାର ଆସିଛି। ସାଧାରଣ ବଜେଟରେ ସରକାର ଉଚ୍ଚ ଆୟକାରୀ ବର୍ଗଙ୍କ ଉପରେ କୋଭିଡ୍‌-୧୯ ସେସ୍‌ ଲାଗୁ କରିପାରନ୍ତି। ଆୟକର ଆଇନ ଧାରା ୯୦ ଡିରେ ମେଡିକାଲ ବୀମା ପ୍ରିମିୟମ କ୍ଷେତ୍ରରେ ଛାଡ଼ ସୀମା ବଢ଼ାଇବା ଲାଗି ଦାବି ହୋଇଛି। ସେହିଭଳି ଆୟକର ସ୍ଲାବ୍‌ ହାର ୨.୫ ଲକ୍ଷରୁ ୪ ଲକ୍ଷକୁ ବଢ଼ାଇବା ଦିଗରେ ସରକାର ପଦକ୍ଷେପ ନେଇପାରନ୍ତି। ୮୦ସିରେ ପିଏଫ୍‌ ଏବଂ ଅନ୍ୟ କ୍ଷେତ୍ର ଲାଗି କିଛି ଘୋଷଣା ଆସିପାରେ। ସେହିଭଳି ଶିଶୁଙ୍କ ଲାଗି ଏକଜେମସନ ୧୫ ଶହକୁ ୧୦ ହଜାରକୁ ବଢ଼ିପାରେ। ଏହାବାଦ ବରିଷ୍ଟ ନାଗରିକ ସଞ୍ଚୟ ଯୋଜନା କ୍ଷେତ୍ରରେ ଟିକସ ଛାଡ଼ ସୁବିଧା ମିଳିପାରେ।

ନିଯୁକ୍ତି
କରୋନା ଯୋଗୁ ଅନେକଙ୍କ ଚାକିରି ଚାଲିଯାଇଛି। ନିଯୁକ୍ତି ଦିଗରେ ସରକାର କିଭଳି ବ୍ୟବସ୍ଥା ଘୋଷଣା କରିବେ ସେ ନେଇ ବଜେଟ ଉପରେ ଅନେକଙ୍କ ନଜର ରହିଛି। ସିଏମ୍‌ଆଇଇ ଡାଟା ମୁତାବକ କରୋନାଜନିତ ଲକ୍‌ଡାଉନ ପାଇଁ ପ୍ରାୟ ୧୧ କୋଟି ଲୋକ ନିଯୁକ୍ତି ହରାଇଛନ୍ତି। ବଜାର ଉପରୁ କରୋନା ଚାପ କମାଇବା ଲାଗି ସରକାର ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ପ୍ୟାକେଜ ଘୋଷଣା କରିଥିଲେ। ନଭେମ୍ବରରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଆରମ୍ଭ ହୋଇଥିଲା। ଯେଉଁ କମ୍ପାନୀ ନୂଆ ନିଯୁକ୍ତି ଦେଉଛନ୍ତି ସେମାନଙ୍କ ଲାଗି ସବ୍‌ସିଡି ମଧ୍ୟ ଘୋଷଣା କରାଯାଇଥିଲା। ବଜାରର ସ୍ଥିତି ଏବେ ଯାଏ ମଧ୍ୟ ସୁଧୁରୁ ନ ଥିବାରୁ ନିଯୁକ୍ତି ଲାଗି ଅନେକ କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ନିଯୁକ୍ତି ବୃଦ୍ଧି ଲାଗି ଭିତ୍ତିଭୂମି ନିବେଶ ବଢ଼ାଇବାର ଆବଶ୍ୟକତା ରହିଥିବା ବିଶେଷଜ୍ଞ ମତ ରଖିଛନ୍ତି।

ଏମ୍‌ଏସ୍‌ଏମ୍‌ଇ


କୋଭିଡ୍‌-୧୯ ମହାମାରୀ ଯୋଗୁ ଅର୍ଥ ବ୍ୟବସ୍ଥା ସଙ୍କଟରେ ରହିଛି। ଫଳରେ ଭାରତ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଲକ୍‌ଡାଉନ ଯୋଗୁ ଏମ୍‌ଏସ୍‌ଏମ୍‌ଇ ସ୍ଥିତି ବେହାଲ ହୋଇଯାଇଛି। ସ୍ଥିତି ଏବେ ସୁଦ୍ଧା ସମ୍ପୂର୍ଣ୍ଣ ଠିକ୍‌ ହୋଇନାହିଁ। ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ବନ୍ଧକମୁକ୍ତ ଋଣ ଅବଧି ବୃଦ୍ଧି, ଜିଏସ୍‌ଟି ରିହାତି, ନିୟମ କୋହଳ ବ୍ୟବସ୍ଥା, ରପ୍ତାନି ପ୍ରୋତ୍ସାହନ ସମେତ ଅନ୍ୟ ବ୍ୟବସ୍ଥା ଆସୁ ବୋଲି କ୍ଷୁଦ୍ରଶିଳ୍ପ କ୍ଷେତ୍ର ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri