ଆଇସିୟୁରେ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ

କୋଲକାତା,୨୬ା୫: ନିକଟରେ କୋଭିଡ୍‌ ସଂକ୍ରମିତ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବାମପନ୍ଥୀ ନେତା ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କୁ କୋଲକାତାସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଇନ୍‌ସେଣ୍ଟିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖି ଚିକିତ୍ସା କରାଯାଉଛି। ମେ’ ୧୮ରେ ବୁଦ୍ଧଦେବ କରୋନାରେ ଆକ୍ରାନ୍ତ ହେବା ପରେ ସେ ହୋମ୍‌ ଆଇସୋଲେଶନରେ ଥିଲେ। ତାଙ୍କ ଅକ୍ସିଜେନ ସ୍ତର ୯୦%ରୁ ତଳକୁ ଖସିବା ପରେ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ୭୭ ବର୍ଷୀୟ ବୁଦ୍ଧଦେବଙ୍କ ସ୍ତ୍ରୀ ମୀରା ଭଟ୍ଟାଚାର୍ଯ୍ୟ ମଧ୍ୟ କରୋନା ସଂକ୍ରମିତ ହୋଇ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୋମବାର ଆରୋଗ୍ୟ ଲାଭ ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି।

Share