Posted inଫୁରସତ

ସ୍ବୟଂ ପ୍ରଦୀପ ବନିଯାଅ

ଖ୍ରୀଷ୍ଟପୂର୍ବ ୫୬୩ର ବୈଶାଖ ପୂର୍ଣ୍ଣିମା, ବେଶ ମହତ୍ୱପୂର୍ଣ୍ଣ। ଏହି ଦିନ ଶାକ୍ୟ ଗଣରାଜ୍ୟର ତତ୍କାଳୀନ ରାଜଧାନୀ କପିଳାବାସ୍ତୁ ସମୀପସ୍ଥ ଲୁମ୍ବିନୀରେ କ୍ଷେତ୍ରୀୟ ରାଜବଂଶର ରାଜା ଶୁଦ୍ଧୋଦନ ଓ ମହାରାଣୀ ମାୟାଦେବୀଙ୍କ ପ୍ରାସାଦରେ ସିଦ୍ଧାର୍ଥ ରୂପେ ବୁଦ୍ଧଙ୍କ ଚେତନା ଅବତରିତ ହୁଏ। ଏ ଧରାପୃଷ୍ଠରେ ସିଏ ଭୂମିଷ୍ଠ ହେବା ସମୟରେ ଏକ ବିସ୍ମୟଜନକ ଘଟଣା ଘଟିଥିଲା। ତାଙ୍କ ଅପୂର୍ବ ଦର୍ଶନ ଲଭିବା ନିମନ୍ତେ ଉତୁଙ୍ଗ ହିମଗିରି ହିମାଳୟର ପରମ ତେଜସ୍ବୀ ତଥା ତପସ୍ବୀ ଋଷି ଅସିତା ଆସିଥିଲେ। ଆଉ କହିଥିଲେ ଆପଣଙ୍କ ସନ୍ତାନ କୌଣସି ଜଣେ ସାଧାରଣ ଜୀବାତ୍ମା ନୁହନ୍ତି। ଏ ଦିନେ ଜଣେ ପ୍ରବଳ ପରାକ୍ରମଶାଳୀ ଚକ୍ରବର୍ତ୍ତୀ ସମ୍ରାଟ ବନିଯିବ କିମ୍ବା ଜଣେ ମହାନ ଆଧ୍ୟାତ୍ମିକ ପଥ ପ୍ରଦର୍ଶକ ପାଲଟିଯିବ। ତେବେ ଋଷିଙ୍କର ଏକଥା ହୃଦବୋଧ ହୋଇଥିଲା ଯେ, ଏ ଶିଶୁ ଯେତେବେଳେ ବୁଦ୍ଧତ୍ୱର ପରାକାଷ୍ଠା ହାସଲ କରିବ ସେତେବେଳେ ସେ ତାଙ୍କୁ ଚର୍ମନେତ୍ରରେ ଅବଲୋକନ କରିପାରିବେ ନାହିଁ ା କାରଣ ଏ ଇହଲୋକରୁ ତାଙ୍କର ବିଦାୟ ନେବାର ସମୟ ନିକଟ ହେଲାଣି। ମହାକାଳର ପ୍ରବାହରେ ସମୟ ବିତାଇ ସିଦ୍ଧାର୍ଥ ତାରୁଣ୍ୟରେ ପାଦ ଥାପନ୍ତି, ସମବୟସ୍କା ସୁନ୍ଦରୀ ଯଶୋଧାରା ତାଙ୍କର ରାଣୀ ହୁଅନ୍ତି, ଆଉ ରାହୁଳ ନାମରେ ସେ ପୁତ୍ର ସନ୍ତାନର ଜନକ ହୁଅନ୍ତି ା
ଚକ୍ରବର୍ତ୍ତୀ ସମ୍ରାଟ ହେବା ନିମନ୍ତେ ଆଜନ୍ମରୁ ହିଁ ତାଙ୍କ ପ୍ରତି ନିଘା ରହିଥିଲା, ହେଲେ କୌଣସି ପ୍ରକାର ସାଂସାରିକ ନର୍କ ଦୁଃଖ ତାଙ୍କୁ ସ୍ପର୍ଶ କରି ନ ଥିଲା। ରାଜକୁମାର ସିଦ୍ଧାର୍ଥ କିନ୍ତୁ ସ୍ବପ୍ନରେ ଦେଖିଥିଲେ ସଂସାର ଦୁଃଖ। ସେଇ ଦୁଃଖଦ ସ୍ବପ୍ନ ଯୋଗୁ ତାଙ୍କ ମୁଖମଣ୍ଡଳରେ ସଂଚରୀ ଯାଇଥିଲା ବିଷର୍ଣ୍ଣ, ବିମର୍ଷ ଭାବ। ସେ ସର୍ବଦା ଉଦ୍‌ବିଗ୍ନ, ଉଦାସ ରହୁଥିଲେ। ଆଉ ରାତିରେ ତାଙ୍କ ଚକ୍ଷୁ ଯୋଡ଼ିକରୁ ନିଦ ଅନ୍ତର୍ହିତ ହୋଇ ଯାଇଥିଲା। ପୁଣି ଦିନେ ତାଙ୍କ ହସ୍ତକୁ ଏମିତି ଏକ ସୁବର୍ଣ୍ଣ ଅବସର ଆସିଥିଲା ଯେତେବେଳେ ସଂସାରର ବାସ୍ତବତା ପରିଚିତି ଦେଇଥିଲା। ସେ ଦିନେ ଅନ୍ତରଙ୍ଗ ସାଥୀ ସାରଥୀ ଛନ୍ଦକ ସହିତ ନଗର ପରିକ୍ରମା କରିବା ନିମନ୍ତେ ରାଜ ଉଆସରୁ ବାହାରି ଆସନ୍ତି। ଏତିକିବେଳେ ତାଙ୍କ ନଜର ଲାଖିଯାଏ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ରୋଗୀଟି ଉପରେ, ହାତରେ ବାଡ଼ି ଟେକିଧରି ଚାଲୁଥବା ଜରାଜୀର୍ଣ୍ଣ ବୃଦ୍ଧଙ୍କ ଉପରେ, ଶ୍ମଶାନଘାଟକୁ କୋକେଇ ବୁହାହୋଇ ଯାଉଥିବା ନିଷ୍ପ୍ରାଣ ନଷ୍ପନ୍ଦ ତଥା ନିର୍ଜୀବ ଶବଟି ଉପରେ, ଆଉ ଶେଷରେ ନଗର ପରିକ୍ରମା କରୁଥିବା ସନ୍ନ୍ୟାସୀ ଉପରେ। ସାରଥୀ ଛନ୍ଦକ ବୁଝାନ୍ତି ଜୀବନରେ ମନୁଷ୍ୟକୁ ରୋଗ ବ୍ୟାଧି ଗ୍ରାସକରେ, ବୃଦ୍ଧାବସ୍ଥା କବଳିତ ହୁଏ। ଏହିପରି ଭାବରେ ଜୀବନର ଅନ୍ତ ଘଟିଥାଏ। ସେଥି ପାଇଁ ସନ୍ନ୍ୟାସୀ ପରମ ଜ୍ଞାନ ସନ୍ଧାନ କରି ମୋକ୍ଷପ୍ରାପ୍ତ କରିବାକୁ ପ୍ରଯତ୍ନଶୀଳ ହୋଇଥାନ୍ତି। ଘଟଣା ସବୁ ଏମିତି ସ୍ପର୍ଶକାତର ଥିଲା ଯାହା କି ସିଦ୍ଧାର୍ଥଙ୍କ ମନରେ ସୃଷ୍ଟି କରିଥିଲା ଭାବାନ୍ତର। ଏ ସବୁ ଜାଣିବା ଉପରାନ୍ତେ ପ୍ରଚଣ୍ଡ ବୈରାଗ୍ୟ ଭାବନା ସୃଷ୍ଟି ହୋଇଥିଲା ତାଙ୍କ ମନରେ। ଦିନେ ସେ ତାଙ୍କ ପୁତ୍ର ରାହୁଳ ଓ ପତ୍ନୀ ଯଶୋଧାରାଙ୍କୁ ପରିତ୍ୟାଗ କରି ପ୍ରସ୍ଥାନ କରିଥିଲେ। ଏହିଭଳି ଯୁବରାଜ ମହାତପୀ ବନିଯାନ୍ତି, କଠୋର ତପସ୍ୟା ନିମଜ୍ଜିତ ରହି ତାଙ୍କ ଶରୀର ଜୀଣ୍ଣଶୀର୍ଣ୍ଣ, କୃଶ ହୋଇଯାଏ। ପରବର୍ତ୍ତୀ ସମୟରେ ସେ ଧ୍ୟାନମଗ୍ନ ରହି ବୁଦ୍ଧହୋଇ ନେତ୍ର ଉନ୍ମୀଳନ କରିଥିଲେ। ବୁଦ୍ଧତ୍ୱ ପ୍ରାପ୍ତିର ଏହି ଶୁଭ ପବିତ୍ର ଦିବସଟି ଥଲା ବୈଶାଖ ପୂର୍ଣ୍ଣିମା। ପରବର୍ତ୍ତୀ ସମୟରେ ବୁଦ୍ଧ ପୂର୍ଣ୍ଣିମା ନାମରେ ଏହା ଖ୍ୟାତ ହୋଇଛି।
-ନଗେନ୍ଦ୍ର ନାଥ ପଟ୍ଟନାୟକ
ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri