ଚାଇନାରେ ବ୍ୟୁବୋନିକ୍‌ ପ୍ଲେଗ୍‌ ଆତଙ୍କ: ୨ ଆକ୍ରାନ୍ତ ଚିହ୍ନଟ

ବେଜିଂ,୬।୭: ଚାଇନାରେ ଗୋଟିଏ ପରେ ଗୋଟିଏ ସଂକ୍ରମଣ ଆରମ୍ଭ ହେବାରେ ଲାଗିଛି। ସାରା ପୃଥିବୀରେ ଉହାନ ସହରରୁ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିବାର ଇତିମଧ୍ୟରେ ୬ ମାସ ବିତିଛି। ଚାଇନାରେ ଏବେ ବ୍ୟୁବୋନିକ୍‌ ପ୍ଲେଗ୍‌ ସଂକ୍ରମଣ ଆରମ୍ଭ ହୋଇଛି। ରବିବାର ବ୍ୟୁବୋନିକ୍‌ ପ୍ଲେଗ୍‌ରେ ଆକ୍ରାନ୍ତ ହୋଇଥିବା ୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ଆକ୍ରାନ୍ତଙ୍କ ବୟସ ୨୭ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକ ୧୭ ବର୍ଷ ବୟସ୍କ ବୋଲି ପ୍ରଶାସନ କହିଛି। ସେମାନଙ୍କର ଚିକିତ୍ସା ଭିନ୍ନ ଭିନ୍ନ ହସ୍ପିଟାଲରେ କରାଯାଉଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ଏନେଇ ପିପୁଲ୍ସ୍‌ ଡେଲ ଅନ୍‌ଲାଇନ୍‌ରେ ଖବର ପ୍ରକାଶ ପାଇଛି। ମଙ୍ଗୋଲିଆ ଅଞ୍ଚଳରେ ପ୍ଲେଗ୍‌କୁ ରୋକିବା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ତୃତୀୟସ୍ତରୀୟ ସତର୍କ ସୂଚନା ଜାରି କରାଯାଇଥିବା କୁହାଯାଉଛି। ୨୦୨୦ ଶେଷ ପର୍ଯ୍ୟନ୍ତ ଏହି ସୂଚନା ବଳବତ୍ତର ରହିବ ବୋଲି ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।

Share