ବାଉଁଶ ଦୋଳାରେ ବୁହାହେଲେ ରୋଗୀ

ଭଦ୍ରକ, ୧୨।୭ (ସନାତନ ରାଉତ):  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଚଡ଼ଦିଆ ପଞ୍ଚାୟତର ହରିଶପୁର ଗଁା ରାସ୍ତା କାଦୁଅ ପଚପଚ ହୋଇଛି। ଫଳରେ ଗଁାକୁ ଆମ୍ବୁଲାନ୍ସ ଆସି ନ ପାରିବାରୁ ଜଣେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବାଉଁଶ ଦୋଳାରେ ବୋହି ନେବାକୁ ପଡ଼ିଛି। ବର୍ଷା ଯୋଗୁ ଉକ୍ତ ଗଁାର ନିତିଦିନିଆ ରାସ୍ତାଟି ଆଣ୍ଠୁଏ କାଦୁଅ ହୋଇଯାଇଛି। ୨ ଦିନ ହେଲା ଗ୍ରାମର କୃଷ୍ଣ ପ୍ରଧାନ(୪୫)ଙ୍କ ଝାଡ଼ାବାନ୍ତି ହେବାରୁ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ୨ କି.ମି. କାଦୁଅ ରାସ୍ତାରେ ଦୋଳାରେ ବୋହି ମୁଖ୍ୟରାସ୍ତାକୁ ନେଇଥିଲେ। ଏହାପରେ ଆମ୍ବୁଲାନ୍ସରେ ନେଇ ପ୍ରଥମେ ଚଡ଼ଦିଆ ଓ ପରେ ଚାନ୍ଦବାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ହେବ ଗଁାକୁ ଭଲ ରାସ୍ତା ହେଉ ନ ଥିବାରୁ ଏଭଳି ସମସ୍ୟା ଯୋଗୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।