ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ

ନାକଟିଦେଉଳ,୨୩ା୧(ଡି.ଏନ୍‌.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ ଶଙ୍ଖାଭାଙ୍ଗୁଣୀ ଗ୍ରାମର ରଶ୍ମିତାପ୍ରିୟା ବେକ୍‌।

କଲ୍ୟାଣ ବେକ୍‌ ଓ ସୁବାଷିନୀ ବେକ୍‌ଙ୍କ ଝିଅ ରଶ୍ମିତା ନାକଟିଦେଉଳ ଯୁକ୍ତ ଦୁଇ କଲେଜରୁ ପଢା ସାରିବା ପରେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ୨୦୧୮ରେ ବିଟେକ୍‌ କରିଛନ୍ତି। ବର୍ତ୍ତମାନ ସେ ଘରେ ରହି ମା’ବାପାଙ୍କୁ ବିଭିନ୍ନ କାମରେ ସହଯୋଗ କରିବା ସହ ଛୋଟ ପିଲାଙ୍କୁ ଟ୍ୟୁଶନ କରୁଛନ୍ତି। ଆସନ୍ତା ଫେବୃୟାରୀ ୧୮ରେ ଏଠାରେ ନିର୍ବାଚନ ହେବାକୁ ଥିବାବେଳେ ରଶ୍ମିତା ପାଣିମୁରା ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥତ୍ନୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି। ପଞ୍ଚାୟତ ତଥା ସମାଜର ବିକାଶ ଲକ୍ଷ୍ୟ ନେଇ ସେ ରାଜନୀତି ମୈଦାନକୁ ଓହ୍ଲାଇଥିବା ରଶ୍ମିତା ପ୍ରକାଶ କରିଛନ୍ତି।