୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିଏସ୍‌ଏସ୍‌ଓ, ଧରିଲା ଭିଜିଲାନ୍ସ

ବେଗୁନିଆପଡ଼ା,୧୭ା୫(ଡି.ଏନ୍‌.ଏ.): ୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବିଏସ୍‌ଏସ୍‌ଓ। ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ବିଏସ୍‌ଏସ୍‌ଓଙ୍କୁ ଭିଜିଲାନ୍ସ ଧରିଛି। ବ୍ରହ୍ମପୁର ଖଲ୍ଲିକୋଟ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ବେଗୁନିଆପଡ଼ା ମଠ ସରସିଙ୍ଗତ ଗାଁର ୬୫ ବର୍ଷୀୟ ବୃଦ୍ଧ ଝଡ଼ିଆ ସ୍ବାଇଁ ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ଭତ୍ତା ମିଳିବାରେ ବିଳମ୍ବରେ ହେବାରୁ ସେ ବିଏସ୍‌ଏସ୍‌ଓଙ୍କ ସହ କଥା ହୋଇଥିଲେ। ହେଲେ ଭତ୍ତା କରାଇଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବିଏସ୍‌ଏସ୍‌ଓ । ପରେ ଏନେଇ ବୃଦ୍ଧ ଜଣଙ୍କ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ପୂର୍ବ ଯୋଜନା ମୁତାବକ ବୁଧବାର ଝଡ଼ିଆ ଲାଞ୍ଚ ଟଙ୍କା ନେଇ ବିଏସ୍‌ଏସ୍‌ଓଙ୍କୁ ଦେଉଥିବା ବେଳେ ଚଢ଼ାଉ କରି ଟଙ୍କା ଜବତ କରିବା ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ।