୫ ଦିନ ହେଲା ଅଚଳ ହୋଇପଡିଛ BSNL ଟାୱାର, ବିନା ନେଟୱର୍କରେ ହନ୍ତସନ୍ତ ୨୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ନନ୍ଦପୁର, ୧।୬( ତୁଷାର କାନ୍ତ ମହାନ୍ତି ): କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତବାସୀଙ୍କୁ ମୋବାଇଲ ନେଟୱର୍କ ସେବା ଯୋଗାଇ ଦେବାକୁ ଥିବା ଏକମାତ୍ର ବିଲାପୁଟ ବିଏସଏନଏଲ ଟାୱାର ଗତ ୫ ଦିନ ହେଲା କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଚଳ ହୋଇରହିଛି। ଫଳରେ ପଞ୍ଚାୟତର ୨୦ରୁ ଅଧିକ ଗ୍ରାମର ମୋବାଇଲ ଉପଭୋକ୍ତା ୫ ଦିନ ହେଲା ବିନା ନେଟୱର୍କରେ ରହିଛନ୍ତି। ଏନେଇ ପଞ୍ଚାୟତର ହରିରାମ ପାଙ୍ଗି, କୃଷ୍ଣ ମୁଦୁଲି, ସୁନ୍ଦର ଭୋଇ, ସୁରେଶ କିର୍ଶାନି, ଗୋପାଳ ଖିଲ ପ୍ରମୁଖ ଅଭିଯୋଗ କରିଛନ୍ତି। ଅଚଳ ଟାୱାରର ମରାମତି କରି ସଚଳ କରିବାକୁ ବିଏସଏନଏଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି। ବ୍ଲକ ଓ ଜିଲା ପ୍ରଶାସନ ସମେତ ଟେଲିକମ ବିଭାଗ ଦୃଷ୍ଟି ଦେଇ ଅଚଳ ଟାୱାରକୁ ସଚଳ କରିବାକୁ ଅନୁରୋଧ କରିଛନ୍ତି।

 

Odisha’s No.1 Odia Daily

Share