Categories: ବାଣିଜ୍ୟ

ଖୁସି ଖବର! ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଏସ୍‌ଏନ୍‌ଏଲ୍‌ର ୪ଜି ଏବଂ ୫ଜି ସେବା

ନୂଆଦିଲ୍ଲୀ,୬।୧୦: ଦେଶରେ ଲଞ୍ଚ ହୋଇ ସାରିଛି ୫ଜି ସେବା। ଏୟାରଟେଲ ଏବଂ ଜିଓ ପକ୍ଷରୁ କିଛି ସହରରେ ଏହି ସେବା ଦିଆଯାଉଛି। ଆସନ୍ତା ବର୍ଷ ମଧ୍ୟରେ ଭାରତର ଅଧିକାଂଶ କ୍ଷେତ୍ରରେ ଏହି ସେବା ମିଳିବ ବୋଲି କମ୍ପାନୀଗୁଡ଼ିକ ଦାବି କରୁଛନ୍ତି। ଏସବୁ ମଧ୍ୟରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ୪ଜି ସେବା ଯୋଗାଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମେ ଅଗଷ୍ଟ ୧୫ରୁ ଏହି ସେବା ଲଞ୍ଚ ହେବ ବୋଲି କୁହାଯାଉଥିଲା। ହେଲେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଏବେ ଏହାକୁ ନେଇ ନୂଆ ସୂଚନା ହସ୍ତଗତ ହୋଇଛି। ନଭେମ୍ବର ୨୦୨୨ରୁ ବିଏସ୍‌ଏନ୍‌ଏଲ୍‌ର ୪ଜି ସେବା ଆରମ୍ଭ ହେବ। ଏହାଛଡ଼ା ଆସନ୍ତା ବର୍ଷ ଅଗଷ୍ଟ ମଧ୍ୟରେ କମ୍ପାନୀ ୫ଜି ସେବା ଲଞ୍ଚ କରିବ ବୋଲି ଇଣ୍ଡିଆନ ମୋବାଇଲ କଂଗ୍ରେସ ୨୦୨୨ରେ କହିଛି।

Share