ଦାରିଙ୍ଗବାଡ଼ିର ଅଧିକାଂଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡ଼ି,୨୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଏସ୍‌ଏନ୍‌ଏଲ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୧ ବର୍ଷ ଧରି ସିଆଙ୍ଗବାଲି ପଞ୍ଚାୟତରେ ବିଏସ୍‌ଏନ୍‌ଏଲ ମୋବାଇଲ ସେବା ଅଚଳ ହୋଇଥିବା ବେଳେ ସିମନବାଡ଼ି ଏବଂ ଗଦାପୁର ପଞ୍ଚାୟତରେ ପ୍ରାୟ ୧ ମାସ ହେଲା ମୋବାଇଲ ସେବା, ଇଣ୍ଟରନେଟ୍‌ ଅଚଳ ହୋଇପଡ଼ିଛି। ସେହିପରି ଦାରିଙ୍ଗବାଡ଼ି, ପ୍ଳିହେରୀ, ଦାସିଙ୍ଗବାଡ଼ି, ସୋନପୁର ଆଦି ପଞ୍ଚାୟତ ଅଞ୍ଚଳରେ ୩ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ଏହି ସେବା ଅଚଳ ହୋଇପଡ଼ିଛି। ସିଆଙ୍ଗବାଲି, ସିମନବାଡ଼ି ଏବଂ ଗଦାପୁର ଅଞ୍ଚଳବାସୀ ମୋବାଇଲ ସେବା ଅଚଳ ଯୋଗୁ ଅନ୍‌ଲାଇନ୍‌ କାର୍ଯ୍ୟ ସମେତ ରନ୍ଧନ ଗ୍ୟାସ ବୁକିଂ ସମ୍ଭବ ହେଉନାହିଁ। ଉପଭୋକ୍ତା ମାନେ ସିମ୍‌କୁ ଆକ୍ଟିଭ୍‌ ରଖିବା ପାଇଁ ନିଜ ନେଟ୍‌ଓ୍ବର୍କ ନଥିଲେ ମଧ୍ୟ ଅନ୍ୟ ନେଟ୍‌ଓ୍ବର୍କକୁ ଯାଇ ଭାଉଚର ପକାଇ କ୍ଷତି ସହୁଛନ୍ତି। ଏନେଇ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ବିଭାଗ ଆଜି, କାଲି କହି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ସିମନବାଡ଼ିର ନେଟ୍‌ଓ୍ବର୍କ ଶୁକ୍ରବାର ସକାଳ ସୁଦ୍ଧା ସ୍ବାଭାବିକ ହୋଇଯିବ ବୋଲି ବିଏସ୍‌ଏନ୍‌ଏଲ୍‌ର ଡିଜିଏମ ବୃନ୍ଦବାନ ମାଝୀ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ରବିବାର ପର୍ଯ୍ୟନ୍ତ ସ୍ବାଭାବିକ ହୋଇନଥିବାରୁ ଅସନ୍ତୋଷ ଦେଖାଯାଇଛି। ସିମନବାଡ଼ି ଅଞ୍ଚଳବାସୀ ଆସନ୍ତା ମଙ୍ଗଳବାର ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ବଣିକ ସଂଘ ସଭାପତି ମହେଶ କୁମାର ସାହୁ, ସାମାଜିକ କର୍ମୀ ପରମେ ପ୍ରଧାନ କହିଛନ୍ତି। ଏନେଇ ରବିବାର ବଣିକ ସଂଘ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଶାନଙ୍କ ବିସ୍ଫୋରକ ଶତକ: ୪-୧ରେ ଭାରତର ସିରିଜ ବିଜୟ

ଥିରୁଭାନନ୍ତପୁରମ,୩୧ା୧- ଇଶାନ କିଶନଙ୍କ ବିସ୍ଫୋରକ ଶତକ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଦ୍ରୁତ ୧୩୭ ରନର ଭାଗୀଦାରି ଏବଂ ଅର୍ଶଦୀପଙ୍କ ୫ ଉଇକେଟ ସଫଳତାକୁ ପାଥେୟ…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଖଣି ଭୁଶୁଡ଼ି ଚାଲିଗଲା ୨୦୦ ଲୋକଙ୍କ ଜୀବନ, ପଶି ରହିଛନ୍ତି ଅନେକ…

ଗୋମା(କଙ୍ଗୋ),୩୧ା୧ପୂର୍ବ କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌୨୩…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

ଅନାସ୍ଥା ପରେ ଖାଲି ପଡ଼ିଥିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ: ଉପାଧ୍ୟକ୍ଷ ବିଶ୍ୱନାଥଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ

ଗୁଣପୁର,୩୧।୧(ସଂକେତ ପାତ୍ର)- ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପରେ ଲକ୍ଷ୍ମୀ ଶବରଙ୍କ ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅଧ୍ୟକ୍ଷା ପଦ ଗତ ୨୨ତାରିଖର ରଦ୍ଦ ହୋଇଥିଲା। ଏହାପରେ…

ଖାଦ୍ୟ ପରିବେଷଣରେ ବିଳମ୍ବ ହେବାରୁ ସଂଘର୍ଷ: ଗଡ଼ିଲା ୨ ମୁଣ୍ଡ

ଗାଜିଆବାଦ,୩୧ା୧: ଗାଜିଆବାଦର ଏକ ଭୋଜନାଳୟରେ ଖାଦ୍ୟ ପରିବେଷଣରେ ବିଳମ୍ବକୁ ନେଇ ବିବାଦ ଦେଖାଦେବା ସହ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର…

ଅବସର ନେଲେ ରାଜେନ୍ଦ୍ର କୁମାର, କେଏସୟୁବିର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ କୁମୁନ୍ଦ ମହାପାତ୍ର

ଭଞ୍ଜନଗର,୩୧।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷ ପଦବୀରୁ ଶନିବାର ଅବସର ନେଇଛନ୍ତି। ଏନେଇ ସନ୍ଧ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri