ଜରାଜୀର୍ଣ୍ଣ ଅବସ୍ଥାରେ ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ

ବୋଲଗଡ,୧୧।୮(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡରେ ଥିବା ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଟେଲିଫୋନ ଏକ୍ସଚେଞ୍ଜ କାର୍ଯ୍ୟାଳୟଟି ଜରାଜୀର୍ଣ୍ଣ ହୋଇପଡିରହିଛି। ଆଗରୁ ଏହା ଭଡାଘରେ କାର୍ଯ୍ୟ କରୁଥିଲା ବେଳେ ୨୦୦୦ ମସିହାରେ ବୋଲଗଡର କେନ୍ଦ୍ରସ୍ଥଳରେ ଏକ ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରି ସ୍ଥାନାନ୍ତରିତ ହୋଇଥିଲା। କିନ୍ତୁ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଉକ୍ତ ଅଟ୍ଟଳିକାଟି ଭୂତକୋଠି ପାଲଟିଗଲାଣି। ଜଣେ ମାତ୍ର ଠିକା କର୍ମଚାରୀ ଏହାର ଦାୟିତ୍ୱରେ ଥିବା ବେଳେ ବ୍ଲକ ଅଞ୍ଚଳର ୧୯ଟି ପଞ୍ଚାୟତର ପ୍ରାୟ ୨୩୬ ଗ୍ରାମକୁ ସେବା ପ୍ରଦାନ କରିଥାଏ। ଆଗରୁ ୭୦୦ ଲ୍ୟାଣ୍ଡ ଲାଇନ ଟେଲିଫୋନ ସଂଯୋଗ ଥିବାବେଳେ ୨୦୧୯/୨୦ ପରଠାରୁ ତାର ଚିହ୍ନବର୍ଣ୍ଣ ନାହିଁ। ଏବେ ମୋବାଇଲ ସେବା ଯୋଗାଇବା ପାଇଁ ଦିଘିରୀ ସଂପୁର ବାଙ୍କୋଇ ସୁନାଖଳା ଓ ବୋଲଗଡଠାରେ ୫ଟି ଟାଓ୍ବାର କାର୍ଯ୍ୟ କରୁଛି। ଅପରପକ୍ଷେ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ଠିକା କର୍ମଚାରୀ ଜଣକ ଭାରତ ଫାଇବର ସଂସ୍ଥା ଦ୍ବାରା ପ୍ରଦତ୍ତ ଇଣ୍ଟରନେଟ ସେବାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ନିୟୋଜିତ ହୋଇଛନ୍ତି। ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ଇଣ୍ଟରନେଟ ୟୁଜରଙ୍କୁ ସେବା ଅବ୍ୟାହତ ରଖିବାକୁ ସେ ପ୍ରାୟତଃ ବ୍ୟସ୍ତ ରହୁଛନ୍ତି। କାର୍ଯ୍ୟାଳୟର କାନ୍ଥ, ଛାତରୁ ସିମେଣ୍ଟ ଖଣ୍ଡ ଓ ପ୍ଲାଷ୍ଟର ଖସି ମୁଲ୍ୟବାନ ମେଶିନଗୁଡିକ ପ୍ରତି ବିପଦ ସାଜିଛି। କାର୍ଯ୍ୟାଳୟ ପଛପଟ ପାଚେରିଟି ପ୍ରାୟ ୨ବର୍ଷ ହେବ ଭୁଶୁଡିଯାଇ ନିକଟସ୍ଥ ଘର କାନ୍ଥକୁ ଆଉଜିପଡି ବିପଦ ସୃଷ୍ଟି କରିଛି। ଏ ନେଇ ଉକ୍ତ ଘର ମାଲିକ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି। କାର୍ଯ୍ୟାଳୟ ପରିସରରେ ଲଟାବୁଦା ମାଡିଯାଇ ସରୀସୃପଙ୍କ ଅଭୟାରଣ୍ୟ ପାଲଟିଛି। କାର୍ଯ୍ୟାଳୟର ଲୁହା ଗେଟ ଓ ପାଚେରି ଉପରେ ଥିବା ଗ୍ରିଲ କଳଙ୍କି ଲାଗି ଛିଡି ପଡୁଛି। କାର୍ଯ୍ୟାଳୟର ଦୁରାବସ୍ଥା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଏହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ପଦକ୍ଷେପ ନ ନେଲେ ଏହା କିଛିଦିନ ମଧ୍ୟରେ ସମ୍ପୂର୍ଣ୍ଣ ଅକାମୀ ହେବାର ଆଶଙ୍କା ଦେଖାଯାଇଛି। ଏ ସମ୍ପର୍କରେ ଖୋର୍ଦ୍ଧା ଟେଲିକମ ଏସ୍‌ଡିଓ ମୃଣ୍ମୟ ରଥ କୁହନ୍ତି, ଏବେ ପ୍ରାୟ ସିଭିଲ ଓ୍ବାର୍କ ପାଇଁ ଫଣ୍ଡର ବ୍ୟବସ୍ଥା ନାହିଁ, କେବଳ ନିହାତି ଆବଶ୍ୟକ ସ୍ଥଳେ କାର୍ଯ କରାଯାଉଛି। ଜିଲାର ପ୍ରାୟ ଟେଲିଫୋନ ଏକ୍ସଚେଞ୍ଜଗୁଡ଼ିକରେ ଠିକା କର୍ମଚାରୀ ନିଯୁକ୍ତି ଅଛନ୍ତି। ଏପରିକି ଜଣେ ଠିକା କର୍ମଚାରୀ ୨/୩ ଟି ଏକ୍ସଚେଞ୍ଜ ଦାୟିତ୍ୱ ତୁଲାଉଛନ୍ତି। ତେଣୁ ସୁବିଧା ଦେଖି ମରାମତି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri