Categories: ବାଣିଜ୍ୟ

ବିଏସ୍‌ଏନ୍‌ଏଲ୍‌ର ଜବରଦସ୍ତ ପ୍ଲାନ୍‌! ୭୯୭ ଟଙ୍କା ରିଚାର୍ଜରେ ୩୯୫ ଦିନର ବୈଧତା,ଦୈନିକ ୨ ଜିବି ଡାଟା

ନୂଆଦିଲ୍ଲୀ,୧୬।୩: ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ବୁଧବାର ଏହାର ନୂତନ ୭୯୭ ଟଙ୍କା ରିଚାର୍ଜ ପ୍ଲାନ୍‌ ଆଣିଛି। ଏଥିରେ ଗ୍ରାହକଙ୍କୁ ୩୬୫ ଦିନର ଭାଲିଡିଟି(ବୈଧତା) ମିଳିବ। ଏହି ପ୍ଲାନ୍‌ରେ ଗ୍ରାହକମାନେ ପ୍ରତିଦିନ ଅସୀମିତ ଭଏସ୍‌ କଲ, ୨ ଜିବି ହାଇ ସ୍ପିଡ ଡାଟା ଏବଂ ୧୦୦ଏସ୍‌ଏମ୍‌ଏସ୍‌ର ସୁବିଧା ପାଇବେ। ପ୍ରାରମ୍ଭିକ ଅଫର ଅନୁଯାୟୀ, ଗ୍ରାହକମାନେ ଏହି ପ୍ରିପେଡ ଯୋଜନାରେ ଅତିରିକ୍ତ ୩୦ ଦିନର ବୈଧତା ଅଧିକ ପାଇବେ। ଏଣୁ ପ୍ଲାନ୍‌ର ମୋଟ ଭାଲିଡିଟି ୩୯୫ ଦିନ ହେବ। ଏହି ଯୋଜନା ସାରା ଦେଶରେ ପ୍ରଯୁଜ୍ୟ ହେବ ।

ବିଏସ୍‌ଏନ୍‌ଏଲ୍‌ ଗ୍ରାହକମାନେ ଏହି ଯୋଜନାକୁ ଅନଲାଇନ ପୋର୍ଟାଲ ମାଧ୍ୟମରେ ରିଚାର୍ଜ କରିପାରିବେ। ଏହା ବିଏସ୍‌ଏନ୍‌ଏଲ୍‌ ସେଲ୍ଫ କେୟାର ଆପରେ ୪ ପ୍ରତିଶତ ରିହାତି ସହିତ ଉପଲବ୍ଧ ରହିବ। ଗୁଗୁଲ ପେ ଏବଂ ପେଟିଏମ ପରି ତୃତୀୟ ପକ୍ଷ ଉତ୍ସରୁ ମଧ୍ୟ ଗ୍ରାହକ ରିଚାର୍ଜ କରିପାରିବେ।

Share