Categories: ଜାତୀୟ

ପାକ ସୀମାରେ ୩ ଏକେ ୪୭ ସହିତ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ

ଫିରୋଜପୁର,୨୮ ।୧୦: ସୀମା ସୁରକ୍ଷା ବଳ(ବିଏସଏଫ୍‌) ଫିରୋଜପୁର ସେକ୍ଟରରେ ଭାରତ-ପାକିସ୍ତାନ ସୀମାରୁ ୩ ଏକେ ୪୭ ରାଇଫଲ, ୩ ମିନି ଏକେ ୪୭ ରାଇଫଲ ଓ ୩ ପିସ୍ତଲ ଜବତ କରିଛନ୍ତି । ଶୁକ୍ରବାର ସକାଳୁ ଦ ଟ୍ରିବ୍ୟୁନକୁ ପଠାଇଥିବା ଏକ ଇମେଲରେ ବିଏସଏଫ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି ।
ପ୍ରବକ୍ତା କହିଛନ୍ତି ସେନା ସୀମା ଚୌକରେ ଗତିବିଧି ପରିଲକ୍ଷିତ କରୁଥିବା ସମୟରେ ଜଗଦିଶ(ପୂର୍ବ-୧୩୬)ଙ୍କୁ ଜିରୋ ଲାଇନ ନିକଟରେ କିଛି ସନ୍ଦିଗ୍ଧ ବସ୍ତୁ ମିଳିଥିଲା । ଏ୍‌ଥିରେ ଅସ୍ତ୍ରଶସ୍ତ ଓ ଗୁଳିଗୋଳା ଥିଲା । ଏହକୁ ସୀମା ସେପଟରୁ ଆଇଏସର ଏଜେଣ୍ଟ ପଠାଇଥିବା ଅନୁମାନ କରାଯାଉଛି ।
ସୂଚନା ଅନୁଯାୟୀ, ବିଏସଏଫ ଯବାନ ୩ ଏକେ ୪୭ ରାଇଫଲ ସହ ୬ ଖାଲି ମ୍ୟାଗାଜିନ, ୩ ମିନି ଏକେ ୪୭ ରାଇଫଲ ସହ ୫ ଖାଲି ମ୍ୟାଗାଜିନ ଓ ୩ ପିସ୍ତଲ(ବେରେଟା ପ୍ରକାର) ୬ ଖାଲି ମ୍ୟାଗାଜିନ ସହ ଜବତ କରିଛନ୍ତି । ବିଏସଏଫ ପ୍ରବକ୍ତା କହିଛନ୍ତି ୨୦୦ ରାଉଣ୍ଡ ଗୋଳାବାରୁଦ (ରାଇଫଲର ୧୦୦ ରାଉଣ୍ଡ, ୧୦୦ ପିସ୍ତଲ ରାଉଣ୍ଡ) ବି ଜବତ କରାଯାଇଛି ।

Share