Categories: ଜାତୀୟ

ଭାରତ-ପାକ ସୀମାରୁ ୩୦ କୋଟିର ହେରୋଇନ ଜବତ, ୨ ଗିରଫ

ନୂଆଦିଲ୍ଲୀ,୧୬ ।୧: ସୀମା ସୁରକ୍ଷା ବଳ(ବିଏସଏଫ) ରାଜସ୍ଥାନର ଶ୍ରୀଗଙ୍ଗାନଗର ସେକ୍ଟରକୁ ଲାଗି ରହିଥିବା ଭାରତ-ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ସୀମାରୁ ଚୋରା ଚାଲାଣର ଏକ ବଡ ପ୍ରୟାସକୁ ପଣ୍ଡ କରିଦେଇଛନ୍ତି । ଏହାସହ ୨ ଜଣଙ୍କୁ ଗିରଫ ବି କରାଯାଇଛି । ଏମାନଙ୍କ ନିକଟରୁ ପ୍ରାୟ ୩୦ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରାଯାଇଛି । ଏହି ହେରୋଇନ ଡ୍ରୋନ ଜରିଆରେ ପାକିସ୍ତାନରୁ ଭାରତକୁ ପଠାଯାଇଥିଲା । ଗାଡିରେ ଡେଲିଭରି ନେବାକୁ ଆସିଥିବା ଚୋରା ଚାଲାଣକାରୀମାନେ ବି ବିଏସଏଫ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ବିଏସଏଫ ଯବାନ ଏହାସହ ୨ ଚୋରା ଚାଲାଣକାରୀଙ୍କୁ ବି ଗିରଫ କରାଯାଇଥିଲା ।

Share