Categories: ଜାତୀୟ

ବିଏସ୍‌ଏଫ୍‌ ପକ୍ଷରୁ ରାଜପଥରେ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା…

ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ବିଏସ୍‌ଏଫ୍‌ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା ଦିଆଯାଇଛି। ବିଏସ୍‌ଏଫ୍‌ର ଡେୟାର ଡେଭିଲ୍‌ ଟିମ୍‌ ପକ୍ଷରୁ ହୋଇଥିବା ମୋଟରସାଇକେଲରେ ବିଭିନ୍ନ କଳାକୌଶଳ ପ୍ରଦର୍ଶନରେ ଏଭଳି କରାଯାଇଛି। ବିଏସ୍‌ଏଫ୍‌ ଯବାନମାନେ ହାତରେ ପ୍ଲାକାର୍ଡ ଧରି ଏହି ସଚେତନତା ବାର୍ତ୍ତା ଦେଇଛନ୍ତି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Share