Categories: ଜାତୀୟ

ଭାରତ ପଶିଆସିଥିବା ପାକିସ୍ତାନ ଡ୍ରୋନ୍‌ ଖସାଇଲେ ବିଏସଏଫ ଯବାନ

ଅମୃତସର,୧୪।୧୦: ପଞ୍ଜାବର ଅମୃତସର ନିକଟ ଅଜନାଲା ଠାରେ ବିଏସଏଫ ଯବାନମାନେ ପାକିସ୍ତାନୀ ଡ୍ରୋନ ଧରିଛନ୍ତି। ଭାରତ-ପାକିସ୍ତାନ ସୀମା ଅଜନାଲାରେ ଅବସ୍ଥିତ। ମିଳିଥିବା ସୂଚନା ଅନୁଯାୟୀ, ବିଏସଏଫ ଯବାନମାନେ ରାମଦାସର ବିଓପି ଶାହାପୁରରେ ବିଳମ୍ବିତ ରାତିରେ ଭାରତରେ ପ୍ରବେଶ କରୁଥିବା ଡ୍ରୋନର ଶବ୍ଦ ଶୁଣିଥିଲେ। ଡ୍ରୋନର ଶବ୍ଦ ଶୁଣି ଯବାନମାନେ ଗୁଳି ଚଳାଇବା ଆରମ୍ଭ କଲେ। ଫଳରେ ଏହି ଡ୍ରୋନ ତଳେ ପଡିଯାଇଥିଲା।
ବର୍ତ୍ତମାନ ବିଏସଏଫ କର୍ମଚାରୀମାନେ ଏହି ଡ୍ରୋନକୁ ନିଜ ଅଧୀନକୁ ନେଇଛନ୍ତି ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି। ଜବତ ଡ୍ରୋନରେ ଡ୍ରଗ୍ସ କିମ୍ବା ଅସ୍ତ୍ରଶସ୍ତ୍ର ଥିବାର ଅନୁମାନ କରାଯାଉଛି। ପାରେ।

Share