ଧୋକା ଦେଲେ BSF ଯବାନ: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ ସ୍ତ୍ରୀ

କାଲିମେଳା,୧୪।୧୦(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ.ଭି ୭୨ ଗାଁରେ ସ୍ତ୍ରୀ ନିଜ ଅଧିକାର ପାଇ ସ୍ବାାମୀ ଘର ଆଗରେ ଧାରଣା ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସ୍ତ୍ରୀ କରିସ୍ମା ମଣ୍ଡଳ ନିଜ ଅଧିକାର ପାଇଁ ଗତ ଦୁଇ ଧରି ସ୍ବାମୀଙ୍କ ଘର ଗେଟ ସାମ୍ନାରେ ଧାରଣା ଦେଇଛନ୍ତି। କରିସ୍ମାଙ୍କ ଶ୍ୱଶୁର ଏମ. ଭି ୭୨ ଗ୍ରାମର ତୁଷାର ମଣ୍ଡଳ, ଶାଶୁ, ନଣନ୍ଦ ଘର ଛାଡି ଫେରାର ହୋଇଛନ୍ତି। ସ୍ବାମୀ ତାପସ ମଣ୍ଡଳ BSF ଯବାନ ଭାବେ ଜମୁ କଶ୍ମୀର ସିଲିଗୁଡ଼ିରେ କାର୍ଯ୍ୟରତ ଅଛନ୍ତି l
ତାପସଙ୍କ ବାପା ପଡିଆ ବ୍ଲକର ଶିମିଳିବାଞ୍ଛା ପଂଚାୟତର ଏମ. ଭି ୬୧ ଗ୍ରାମର କୃଷ୍ଣପଦ ବିଶ୍ୱାସଙ୍କ ଝିଅ କରିସ୍ମାକୁ ନିଜ ବୋହୂ କରିବାକୁ ବାଛିଥିଲେ। ତାପସ ଓ କରିସ୍ମା ଉଭୟ ମାଲକାନଗିରି ମାଲିକେଶ୍ୱର ଶିବ ମନ୍ଦିର ବିବାହ ପରେ ପୁନଃ କୋର୍ଟରେ ମ୍ୟାରେଜ ଏଗ୍ରିମେଣ୍ଟ କରିଥିଲେ। କ୍ରମିକ ନମ୍ବର 578/2021,ତାରିଖ 30/9/2022ରେ ମ୍ୟାରେଜ ଏଗ୍ରିମେଣ୍ଟ ହୋଇଥିଲା। ଏହା ପରେ ଉଭୟ ମାଲକାନଗିରିରେ ଘର ଭଡା କରି ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ l
ହେଲେ ଶ୍ୱଶୁରଶ୍‌,ଶାଶୁ ଓ ପରିବାର ଅନ୍ୟ ସଦସ୍ୟମାନେ ପୁଅ ବୋହୂ ସମ୍ପର୍କରେ ବିଭେଦ ସୃଷ୍ଟି ଉଭୟଙ୍କୁ ଅଲଗା କରିଦେଇଥିଲେ। ଏହା ପରେ କରିସ୍ମା ଏମ. ଭି. ୭୯ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନ୍ୟାୟ ପାଇଁ ଏହାପରେ ଏମ. ଭି. ୭୯ ଥାନା ୯୮/୨୨ ମାମଲା ରୁଜୁ ହେବା ସହ ଧାରା 109/212/353/376(I) Ipcରେ JMFC Motu କୁ ପୋଲିସ ଅଭିଯୁକ୍ତ ତାପସ ମଣ୍ଡଳକୁ କୋର୍ଟ ଫରୱାର୍ଡ କରିଥିଲେ। ଏହା ପରେ ଅଭଯୁକ୍ତ JMFC Motuରୁ କେସ ଉଚ୍ଚତମ ନ୍ୟାୟଳୟକୁ ସ୍ଥାନନ୍ତରିତ କରିଥିଲେ। ଏହାର କେସ ନମ୍ବର ୪୫୭/୨୦୨୨ ଥିଲା। ଏହା ପରେ ଉଚ୍ଚନ୍ୟାୟଳୟର ହସ୍ତକ୍ଷେପ ପରେ ସ୍ବାମୀସ୍ତ୍ରୀ ଏକାଠି ରହିବା କହିଥିଲେ ମଧ୍ୟ କରିସ୍ମାଙ୍କୁ ଶ୍ୱଶୁର, ଶାଶୁ, ସ୍ବାମୀ ତାଙ୍କୁ ସ୍ତ୍ରୀ କିମ୍ବା ବୋହୂ ମାନ୍ୟତା ମିଳି ପାରିନାହିଁ।

ଫଳରେ ଆସବାବପତ୍ର ଧରି ସ୍ତ୍ରୀ ମାନ୍ୟତା ପାଇଁ ଶ୍ୱଶୁର ଘର ଆଗରେ ଧାରଣା ବସିଛନ୍ତି କରିସ୍ମା। ତେବେ ସ୍ବାମୀ ଓ ଶ୍ୱଶୁର ପରିବାରର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଘରେ ଅନୁପସ୍ଥିତ ନ ଥିଲେ। ଫୋନ କରି ଥିଲେ ମଧ୍ୟ ଫୋନ ଉଠାଇ ନଥିଲେ ଯାହା ଫଳରେ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ l

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri