Categories: ଜାତୀୟ

ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ, ପାକିସ୍ତାନ ଯୁବକଙ୍କ ଗୋଡକୁ ଗୁଳି କଲେ ବିଏସଏଫ ଯବାନ

ଶ୍ରୀଗଙ୍ଗାନଗର,୨୭ ।୧୧: ବିଏସଏଫ ଯବାନଙ୍କ କଡା ନଜର ମଧ୍ୟରେ ପୁଣିଥରେ ଭାରତୀୟ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକିସ୍ତାନ ଯୁବକଙ୍କ ଯୋଜନା ପଣ୍ଡ ହୋଇଛି । ଶନିବାର ରାଜସ୍ଥାନର ଶ୍ରୀଗଙ୍ଗାପୁରର ଶ୍ରୀକରଣପୁର ସୀମାରେ ଜଣେ ଯୁବକ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ବିଏସଏଫ ଉକ୍ତ ଯୁବକଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ ବି ସେ ଏହାକୁ ନ ମାନିବାରୁ ବିଏସଏଫ ଯବାନ ଉକ୍ତ ପାକିସ୍ତାନୀ ଯୁବକଙ୍କ ଗୋଡକୁ ଗୁଳି କରି ଦେଇଥିଲେ । ଫଳରେ ସେହି ସ୍ଥାନରେ ହିଁ ଯୁବକ ଜଣକ ପଡି ଯାଇଥିଲେ ।
ମିଡିଆ ରିପୋର୍ଟ ଅନୁଯାୟୀ, ବିଏସଏଫ ଜବାନ ଉକ୍ତ ଯୁବକଙ୍କୁ ପଚରାଉଚରା କରିଥିଲେ ଓ ପରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସଙ୍କୁ ହସ୍ତାନ୍ତର କରି ଦେଇଥିଲେ । ପାକିସ୍ତାନ ଯୁବକଙ୍କ ନିକଟରୁ ଏକ ପରିଚୟ ପତ୍ର ବ୍ୟତୀତ ଆଉ କିଛି ମିଳି ନ ଥିଲା । ଅନୁପ୍ରବେଶ ଉଦ୍ୟମ କରୁଥିବା ଯୁବକ ତାଙ୍କ ନାମ ସଫଦର ହୁସେନ (୩୯) ବୋଲି କହିଛନ୍ତି ।

Share