Categories: ଜାତୀୟ

ଘରେ ରହି କାମ କଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୧।୭: କରୋନା ସ୍ଥିତି ବେଳକୁ ବେଳ ଖରାପ ହୋଇ ଚାଲିଥିବା ବେଳେ ଏବେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଘରେ ହି ଁକାମ କରିବେ ବୋଲି ଜଣାପଡିଛି। ତେବେ ତାଙ୍କ କାର୍ଯ୍ୟାଳୟ ‘କ୍ରିଷ୍ଣା’ରେ ଜଣେ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବେ କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି। ତେଣୁ କରୋନାଠାରୁ ଦୂରେଇ ରହିବାକୁ ହେଲେ ଓ୍ବାର୍କ ଫ୍ରମ୍‌ ହୋମ୍‌ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଉଛି।

Share