Categories: ଜାତୀୟ

ଇସ୍ତଫା ଘୋଷଣା ସମୟରେ ଭାବୁକ ହୋଇଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬ ।୭: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ  ଇସ୍ତଫା ଦେଲେ କର୍ନାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା । ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବିଷୟ ଘୋଷଣା କରିବା ସମୟରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଏହି ବରିଷ୍ଠ ନେତା ଭାବୁକ ହୋଇ ପଡିଥିଲେ । ସେ କହିଥିଲେ ଯେତେବେଳେ କାର୍ ନ ଥିଲା ସେତେବେଳେ ସେ କେମିତି ଦିନ ତମାମ ସାଇକେଲ ଚଲାଇ ଭାଜପା ପାଇଁ କାମ କରୁଥିଲେ । ସେହି ସଂଘର୍ଷର ଦିନକୁ ମନେପକାଇ ୟେଦୁରପ୍ପା କହିଥିଲେ, ଶିମୋଗାର ଶିକାରିପୁରରେ ଥିବା କେତେଜଣ ଭାଜପା କର୍ମୀଙ୍କୁ ନେଇ ମୁଁ ଦଳ ଠିଆ କରାଇଥିଲି । ମୁଁ ମୋ ରାଜନୈତିକ ଜୀବନରେ ସବୁବେଳେ ଅଗ୍ନିପରୀକ୍ଷା ଦେଇଥାଏ । ସୂଚନାଯୋଗ୍ୟ, ଦକ୍ଷିଣ ଭାରତରେ ଭାଜପାର ପ୍ରଥମ ବିଜୟର ଶ୍ରେୟ ୟେଦୁରପ୍ପାଙ୍କୁ ଦିଆଯାଏ । ଏହାପରେ ସେ କହିଥିଲେ ମୋର ସ୍ୱପ୍ନ ଥିଲା କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ୱରେ ଦଳ ଶାସନ କରୁ ତାହାହିଁ ହୋଇଛି । ତେଣୁ ମୋ ସ୍ୱପ୍ନ ପୂରଣ ହୋଇଛି ।

Share