ବାରିପଦା,୧୬/୭(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ବୈଶିଙ୍ଗାଥାନା ମାନଗୋବିନ୍ଦପୁର ପଂଚାୟତ ଧନାପାଳ ଗ୍ରାମରେ ଜନୈକ ପୁଅର ଉନ୍ମତ କାଣ୍ଡକୁ ନେଇ ଅଞ୍ଚଳରେ ଆଲୋଡନ ଦେଖାଯାଇଛି। ନିଶାଶକ୍ତ ଅବସ୍ଥାରେ ବୃଦ୍ଧ ମାଆବାପାକୁ ପିଟିବା ସହ ହାଣି ହତ୍ୟା କରିଛି । ମୃତକ ଦ୍ବୟ ହେଲେ ଦିବ୍ୟାଙ୍ଗ ମା’ ଶାନ୍ତି ସାହୁ(୭୨) ଓ ବାପା ହାଡିବନ୍ଧୁ ସାହୁ(୮୦) । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅ ହିମାଂଶୁ ସାହୁ(୫୦)କୁ ଗିରଫ କରିଛି। ସାଇଣ୍ଟିଫିକ ଟିମକୁ ଖବର ଦେବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ରାତି କୌଣସି ଘଟଣାକୁ ନେଇ ବାପ ପୁଅ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୁଅ ହିମାଂଶୁ ବାପାଙ୍କୁ ପିଟିବାରୁ ମା’ ଏହାକୁ ବିରୋଧ କରିଥିଲା । ମାତ୍ର ନିଶାଶକ୍ତ ପୁଅ ପିଟିପିଟି ଶେଷରେ ଉଭୟଙ୍କୁ ହତ୍ୟା କରିଛନ୍ତି। ସ୍ଥାନୀୟ ଲୋକେ ପହଂଚି ପୋଲିସକୁ ଖବର ଦେଇଥିଲେ ।
ହତ୍ୟାକାରୀ ଶୁକ୍ରା ଓରଫ ହିମାଂଶୁ ବଡସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ଧନାପାଳ ଗ୍ରାମ
ବୈଶିଙ୍ଗା ଥାନାରେ ବୋଲି ଜଣାପଡ଼ିଛି।


