Posted inଜାତୀୟ

ପୁଣି ଏକ ଲଜ୍ଜା: ଛାତ୍ରୀଙ୍କୁ ଘରେ ପୂରାଇ ବଳାତ୍କାର କଲେ ଅଧ୍ୟାପକ, ଜଣାପଡ଼ିବା ପରେ…

ବେଙ୍ଗାଲୁରୁ,୧୬ା୭: ବେଙ୍ଗାଲୁରୁର ଜଣେ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ କଲେଜର ୨ ଅଧ୍ୟାପକ ଓ ସେମାନଙ୍କ ବନ୍ଧୁ ଗିରଫ ହୋଇଛନ୍ତି। ସେମାନେ ଛାତ୍ରୀଙ୍କୁ ଅନେକ ଥର ବଳାତ୍କାର କରିବା ସହ ବ୍ଲାକ୍‌ମେଲ୍‌ କରୁଥିଲେ। ପଦାର୍ଥ ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର, ଜୀବବିଜ୍ଞାନ ଅଧ୍ୟାପକ ସନ୍ଦୀପ୍‌ ଓ ସେମାନଙ୍କ ବନ୍ଧୁ ଅନୁପ ବେଙ୍ଗାଲୁରୁର ଏକ ଘରୋଇ କଲେଜରେ କାର୍ଯ୍ୟ କରୁଥିବାବେଳେ ପୀଡ଼ିତା ଉକ୍ତ କଲେଜର ଛାତ୍ରୀ।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ନରେନ୍ଦ୍ର ଛାତ୍ରୀ ଜଣକୁ ନୋଟ୍‌ ଦେବା ବାହାନାରେ ତାଙ୍କ ସହ ବନ୍ଧୁତା କରିଥିଲେ ଓ ପରସ୍ପର ମଧ୍ୟରେ ବାର୍ତ୍ତା ବିନିମୟ ହେଉଥିଲା। ସେ ଛାତ୍ରୀଙ୍କୁ ଅନୁପଙ୍କ ଘରକୁ ଡାକି ସେଠାରେ ବଳାତ୍କାର କରିଥିଲେ। ଏ ସମ୍ପର୍କରେ କାହାକୁ କହିଲେ ପରିଣାମ ଭୟାବହ ହେବ ବୋଲି ନରେନ୍ଦ୍ର ଧମକ ଦେଇଥିଲେ। କିଛିଦିନ ପରେ ସନ୍ଦୀପ୍‌ ଛାତ୍ରୀଙ୍କ ନିକଟତର ହେବାକୁ ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ବିରୋଧ କରିବାରୁ ସନ୍ଦୀପ୍‌ ତାଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ନରେନ୍ଦ୍ରଙ୍କ ସହ ଛାତ୍ରୀଙ୍କ ଫଟୋ ଓ ଭିଡିଓଗୁଡ଼ିକ ତାଙ୍କ ପାଖରେ ଥିବା ସନ୍ଦୀପ କହିଥିଲେ। ପରେ ସେ ଛାତ୍ରୀଙ୍କୁ ଅନୁପଙ୍କୁ ଘରକୁ ନେଇ ବଳାତ୍କାର କରିଥିଲେ। ଅନୁପ ମଧ୍ୟ ସିସିଟିଭି ଫୁଟେଜ୍‌ର ଭୟ ଦେଖାଇ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଆଘାତପ୍ରାପ୍ତ ଛାତ୍ରୀଙ୍କୁ ଭେଟିବା ପାଇଁ ତାଙ୍କ ମା’ବାପା ବେଙ୍ଗାଲୁରୁ ଆସିଥିବାବେଳେ ସେ ଘଟଣା ସମ୍ପର୍କରେ ଜଣାଇଥିଲେ। ପରିବାର ପକ୍ଷରୁ କର୍ନାଟକ ରାଜ୍ୟ ମହିଳା କମିଶନଙ୍କୁ ଅବଗତ କରାଯିବା ପରେ ଘଟଣା ପଦାକୁ ଆସିଥିଲା। ମହିଳା କମିଶନଙ୍କ ନିର୍ଦ୍ଦେଶ କ୍ରମେ ମରାଠାହଲ୍ଲି ଥାନା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ସହ ୨ ଅଧ୍ୟାପକ ଓ ଅନୁପଙ୍କୁ ଗିରଫକରି କୋର୍ଟରେ ହାଜର କରାଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଜୁଲାଇ ୫ରେ ମାମଲା ରୁଜୁହେବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଙ୍ଗାଲୁରୁ ଇଷ୍ଟ ଡିଭିଜନ ଯୁଗ୍ମ ପୋଲିସ କମିଶନର ରମେଶ ବନୋଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛକା ଚୌକା ବର୍ଷା କରି ସଭିଙ୍କୁ ପୁଣି ଚକିତ କଲେ ବୈଭବ ସୂର୍ଯ୍ୟବଂଶୀ, କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୧।୬: ବୈଭବ ସୂର୍ଯ୍ୟବଂଶୀ ଲିଷ୍ଟ ଏ କ୍ରିକେଟର ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ତ୍ରି-ସିରିଜ ଫାଇନାଲରେ ସେ ଶ୍ରୀଲଙ୍କା ଏ ବିପକ୍ଷରେ ମାତ୍ର ୧୧ ବଲରେ…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri