ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ନିର୍ମମ ହତ୍ୟା

ଇସଲାମାବାଦ୍‌,୨୯।୧୨: ପାକିସ୍ତାନର ସିଞ୍ଜୋରୋ ସହରରେ ଜଣେ ୪୦ ବର୍ଷୀୟା ହିନ୍ଦୁ ମହିଳାଙ୍କୁ ନିର୍ମନ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହିନ୍ଦୁ ସମ୍ପ୍ରଦାୟର ପାକିସ୍ତାନର ପ୍ରଥମ ମହିଳା ସିନେଟର କୃଷ୍ଣା କୁମାରୀ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଜଣେ ୪୦ ବର୍ଷୀୟା ବିଧବା ହିନ୍ଦୁ ମହିଳାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଆଜି ତାଙ୍କ ଗାଁ ପରିଦର୍ଶନ କରିଛି। ସେଠାରେ ପୋଲିସ ଟିମ ପହଞ୍ଚିଛି।
ମହିଳା ଜଣଙ୍କ ସିନ୍ଧ ପ୍ରଦେଶର ସିଞ୍ଝୋରି ନିବାସୀ ଦୟା ଭିଲ ବୋଲି ଜଣାପଡିଛି। ତାଙ୍କର ୪ ସନ୍ତାନ ଅଛନ୍ତି।

Share