ବଢୁଛି ବ୍ରାଉନସୁଗାର ବ୍ୟବସାୟ

ଯାଜପୁର ଟାଉନ,୧୫ା୯(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି): ଦିନକୁ ଦିନ ଯାଜପୁର ସହର ଏବଂ ଏହାର ଉପକଣ୍ଠ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ ବଢ଼ିବାରେ ଲାଗିଛି। କେତେଜଣ ବେକାର ଯୁବକ ରାଜନୈତିକ ବ୍ୟକ୍ତିଙ୍କୁ ଢାଲ କରି ଏହି କାରବାର ଚଳାଉଛନ୍ତି। ଅବକାରୀ ବିଭାଗ ଓ ପୋଲିସ କେତେଜଣ ଛୋଟ ବେପାରୀଙ୍କୁ ଧରୁଥିବାବେଳେ ମୁଖ୍ୟ କାର୍ପଟଦାରଙ୍କ ନିକଟରେ ପହଞ୍ଚି ପାରୁନାହାନ୍ତି। ଏବେ ମଦ, ଗଞ୍ଜେଇ ଓ ଅଫିମ ଭଳି ବ୍ରାଉନସୁଗାର ବେପାର ତାଳଦେଇ କାରବାର ହେଉଛି। ପୂର୍ବରୁ କେବଳ ଯାଜପୁର ଜିଲାର ଛତିଆ ଓ ଚଣ୍ଡିଖୋଲ ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିଲା। ଏବେ ସମ୍ପୂର୍ଣ୍ଣ ଯାଜପୁର ସହରକୁ ବ୍ରାଉନସୁଗର ଗ୍ରାସ କରିଛି। ପ୍ରତ୍ୟେକ ଛକ ବଜାରରେ ଥିବା ପାନ ଦୋକାନରେ ଏହା ସହଜରେ ଉପଲବ୍ଧ ହୋଇପାରୁଛି। ସ୍କୁଲ୍‌, କଲେଜ, ଜନଗହଳି ସ୍ଥାନରେ ଏହି ବେପାର ଜମୁଥିବାରୁ ୧୪ବର୍ଷର ନାବାଳକଙ୍କଠାରୁ ଆରମ୍ଭ କରି ୨୮ବର୍ଷ ପର୍ଯ୍ୟନ୍ତ ଯୁବକ ଏହି ନିଶାରେ ଫସୁଛନ୍ତି। ହାଇସ୍କୁଲ ଛାତ୍ରଙ୍କଠାରୁ ଆରମ୍ଭ କରି ଅନେକ ବେକାର ଯୁବକ ବ୍ରାଉନସୁଗର ଖାଇ ନିଜ ଭବିଷ୍ୟତ ନଷ୍ଟ କରି ସାରିଲେଣି। ଚଳିତ ମାସରେ ବ୍ରାଉନସୁଗାର ଖାଇ ଏଠାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ନିସାରେ ନିଜ ମା’ଙ୍କ ମୁଣ୍ଡକୁ ଶିଳପୁଆରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି।
ଏହି ସହରରେ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ପ୍ରଶାସନର ମୁଖ୍ୟାଳୟ, ବିଚାରାଳୟ, ଉପଖଣ୍ଡ ପୋଲିସ କାର୍ଯ୍ୟାଳୟ ଏବଂ ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଥିଲେ ମଧ୍ୟ ବେପାର ଉପରେ କୌଣସି ପ୍ରଭାବ ପଡୁନାହିଁ। ଗତ ୪ମାସ ମଧ୍ୟରେ ଅବକାରୀ ବିଭାଗ ୨ ଛୋଟ ବେପାରୀଙ୍କୁ ଧରି କୋର୍ଟଚାଲାଣ କରିଥିବାବେଳେ ଅନେକ ବଡ଼ ବେପାରୀ ଏବେ ମଧ୍ୟ ବେପାର ଚାଲୁ ରଖିଛନ୍ତି। ୪ ମାସ ମଧ୍ୟରେ ଅବକାରୀ ବିଭାଗ ୧୨୮ ଗ୍ରାମ ବ୍ରାଉନସୁଗାର ଧରିଥିବାବେଳେ ୪ ଗଞ୍ଜେଇ ବେପାରୀଙ୍କୁ ଧରି ୨୯କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଜବତ ସଂଖ୍ୟା ଧର୍ମକୁ ଆଖିଠାର ଭଳି ଜଣାଯାଏ। ଯାଜପୁର ଜିଲାକୁ ବ୍ରାଉନସୁଗାର ବାଲେଶ୍ୱର ଜିଲାରୁ ଚାଲାଣ ହେଉଥିବା ଜଣାପଡ଼ିଛି। ଏହି ବ୍ରାଉନସୁଗାର ଖାଇ ଯୁବଗୋଷ୍ଠୀ ଏଟିଏମ୍‌ ଲୁଟ୍‌, ରାସ୍ତାରେ ଛିନ୍‌ତାଇ ଭଳି ଘଟଣା ଘଟାଉଛନ୍ତି।
ଯାଜପୁର ସହରର ବରାହ ରିଂରୋଡ, ବାଳାଶ୍ରମ ପଡ଼ିଆ, ମେଡିକାଲ କଲେଜ ପାଖରେ ନବନିର୍ମିତ ପୌରପାଳିକା କାର୍ଯ୍ୟାଳୟ, ବଲ୍ଲଭିଘାଟ, କିଲାଘାଟ, ଏନ୍‌ସି କଲେଜ ଛକ ଓ ଗୋଖନା ଛକ ଆଦି ସ୍ଥାନରେ ଯୁବଗୋଷ୍ଠୀ ବ୍ରାଉନସୁଗାର ସେବନ କରୁଥିବା ପୋଲିସ ଜାଣୁଛି। ହେଲେ ସେମାନଙ୍କୁ ରୋକିବା ନିମନ୍ତେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରୁନାହିଁ। ପୋଲିସ ପାଟ୍ରୋଲିଂ ମଧ୍ୟ କରୁ ନ ଥିବା ଅଭିଯୋଗ ହେଉଛି।
ଗତ ୨ମାସ ତଳେ ବୁଢ଼ାନଦୀ ଚମ୍ପାଛନ୍ଦା ଘାଟ ନିକଟରେ କେତେଜଣ ଯୁବକ ବ୍ରାଉନସୁଗାର ସେବନ କରୁଥିବାବେଳେ ସେହି ରାସ୍ତା ଦେଇ ପୋଲିସ ପାଟ୍ରୋଲିଂ ଗାଡି ଯିବାରୁ ୨ ନିଶାସକ୍ତ ଯୁବକ ନଦୀକୁ ଡ଼େଇଁପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ନଦୀରେ ବୁଡି ପ୍ରାଣ ହରାଇଥିଲେ। ଏଥିରୁ ସହଜରେ ଅନୁମେୟ ଯାଜପୁର ସହରରେ ଶତାଧିକ ଯୁବକ ଏବେ ବ୍ରାଉନସୁଗାର କବଳରେ ଛନ୍ଦି ହୋଇଛନ୍ତି। ଏହାକୁ ଯଦି ରୋକା ନ ଯାଏ, ତେବେ ପରିସ୍ଥିତି ଭୟାବହ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ତେଣୁ ଏ ଦିଗରେ ପୋଲିସ ଓ ଅବକାରୀ ବିଭାଗ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଅବକାରୀ ବିଭାଗ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, ନିୟମିତ ଭାବେ ସ୍କ୍ବାଡ୍‌ ଗଠନ କରି ବ୍ରାଉନସୁଗାର ଓ ଗଞ୍ଜେଇ ବେପାରୀଙ୍କ ଘରେ ଚଢ଼ାଉ କରାଯାଉଛି। ସେମାନଙ୍କୁ ଗିରଫ କରି ଜେଲକୁ ପଠାଯାଉଛି। ଆଗାମୀ ଦିନରେ ଚଢ଼ାଉକୁ ବ୍ୟାପକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri