ବରଗଡ଼,୯।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସୋମବାର ବ୍ରାଉନ ସୁଗାର କାରବାର ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ଼ ନଂ- ୧୪ ସୁବାସ ନଗର ନିବାସୀ ମହମ୍ମଦ ଅନୱାର(୨୭), ୱାର୍ଡ଼ ନଂ- ୧୬ ଡ୍ୟାମ କଲୋନୀ ନିବାସୀ ଚେତନ କୁମାର ଦାଶ(୨୯), ୱାର୍ଡ଼ ନଂ-୭ ବିଶିପଡ଼ାର ରାଘବ ନାଏକ(୩୦), ୱାର୍ଡ଼ ନଂ-୩ କଟକିଆ ପଡ଼ାର ଅମିତ୍ ମଲ୍ଲିକ(୩୦) ଏବଂ ସୋହେଲା ଥାନା କନଗାଁ ନିବାସୀ ଶୁଭମ ଆଚାର୍ଯ୍ୟ(୨୩)। ସେମାନଙ୍କ ପାଖରୁ ୨୧ ଗ୍ରାମ ବ୍ରାଉନ ସୁଗାର, ଗୋଟିଏ ହୋଣ୍ଡା ଏଭିଏଟର ଏବଂ ନଗଦ ୧୦ ହଜାର ଟଙ୍କା ଜବତ ହୋଇଛି।
ବରଗଡ଼ ରେଳ ଷ୍ଟେଶନ ନିକଟରେ ଏହି କାରବାର ଚାଲିଥିବା ସମୟରେ ଏସ୍ପି ରବିନ୍ଦ୍ରନାଥ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏକ ପୋଲିସ ଟିମ ସେଠାରେ ମାଡ଼ି ବସିଥିଲା। ଏ ନେଇ ବରଗଡ଼ ଟାଉନ ଥାନାରେ ଏକ ମାମଲା (ନଂ- ୬୮୯/୨୬) ରୁଜୁ ହୋଇଛି।