ବରଗଡ଼ରେ ବଢୁଛି ବ୍ରାଉନସୁଗାର କାରବାର: ସହରରୁ ଜବତ, ଗ୍ରାମାଞ୍ଚଳକୁ ବି ଚେର

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ନିଶା କାରବାର ଚିନ୍ତାଜନକ ହୋଇ ପଡ଼ିଛି। ଏଠାରେ ଚୋରାମଦଠାରୁ ଆରମ୍ଭ କରି ଗଞ୍ଜେଇ, କଫ୍‌ ସିରପ, ନିଶା ବଟିକା ଏବଂ ବ୍ରାଉନସୁଗାର ବେପାର ଚାଲିଛି। ପୋଲିସ ଏବଂ ଅବକାରୀ ଚିରାଚରିତ ଢ଼ଙ୍ଗରେ ଚଢ଼ାଉ କରୁଛନ୍ତି। ନିଶାଦ୍ରବ୍ୟ ସହିତ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରୁଛନ୍ତି। ଏହାସତ୍ତ୍ୱେ ଏହି କାରବାରରେ ଅଙ୍କୁଶ ଲାଗୁ ନାହିଁ। ଅନ୍ୟପଟେ ପୋଲିସ ଏବଂ ଅବକାରୀକୁ ଚ୍ୟାଲେଞ୍ଜ କରି ନିଶା କାରବାର ଜିଲାରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨ସପ୍ତାହ ମଧ୍ୟରେ ଜିଲାର କେବଳ ବରଗଡ଼ ସହରରେ ମୋଟ୍‌ ୧୩୨.୩ ଗ୍ରାମ ବ୍ରାଉନସୁଗାର ଜବତ ଏବଂ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଜିଲାର ଅନ୍ୟଆଡ଼କୁ ମଧ୍ୟ ଏହାର ଚେର ଲମ୍ବିଥିବା ନେଇ ସାଧାରଣରେ ଆଲୋଚିତ ହେଉଛି। ସେହିପରି ବରଗଡ଼କୁ କେଉଁଠୁ ବ୍ରାଉନସୁଗାର ଆସୁଛି ଏବଂ ଏହି କାରବାରର କିଙ୍ଗପିନ୍‌ କିଏ ତାକୁ ନେଇ ମଧ୍ୟ ଏପର୍ଯ୍ୟନ୍ତ ଉଭୟ ଅବକାରୀ ଏବଂ ପୋଲିସ ଅନ୍ଧାରରେ ଅଛନ୍ତି। ସେଠାକୁ ଅବକାରୀ କିମ୍ବା ପୋଲିସ ପହଞ୍ଚି ପାରିଲେ ଯାଇ ଜିଲାରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ କିଛିମାତ୍ରାରେ ଅଙ୍କୁଶ ଲଗିପାରିବ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି।
ମଙ୍ଗଳବାର ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟରୁ ୭୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ଏଥିରେ ସମ୍ପୃକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପୌର ପରିଷଦ ଅଧିନ ୱାର୍ଡ଼ ନଂ-୫ ବିଶିପଡ଼ାର ସୁକାନ୍ତ ଓରଫ୍‌ ଟିଙ୍କୋଡୁ ସୁନା(୩୫) ଏବଂ ସ୍ତ୍ରୀ ରୋଜି(୩୫)। ପୋଲିସ ସେମାନଙ୍କ ପାଖରୁ ନଗଦ ୧ଲକ୍ଷ ୪ହଜାର ଟଙ୍କା, ଗୋଟିଏ ବ୍ୟାଙ୍କ ପାସ୍‌ବୁକ୍‌, ଗୋଟିଏ ଚେକବୁକ୍‌ ଜବତ କରିଛି। ଏ ନେଇ ଟାଉନ ଥାନା ପୋଲିସ ଏକ ମାମଲା(ନଂ-୩୬୩/୨୫) ରୁଜୁ କରିଛି। ଗିରଫ ଦମ୍ପତି ବ୍ରାଉନସୁଗାର ଧରି ସମ୍ବଲପୁର ପଟୁ ଆସୁଥିବା ସୂଚନା ମିଳିଥିଲା ଏବଂ ସେମାନଙ୍କୁ ପୋଲିସ ଧରିଥିଲା ବୋଲି ବରଗଡ଼ ଟାଉନ ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଇନ୍ଦୁରେଖା ପଶ୍ଚିମକବାଟ ସୂଚନା ଦେଇଥିଲେ। ଗିରଫ ଦମ୍ପତିଙ୍କ ବିରୋଧରେ ଆଗରୁ ମଧ୍ୟ ନିଶାଦ୍ରବ୍ୟ କାରବାର ନେଇ ଜିଲାର ବିଭିନ୍ନ ଥାନାରେ ମାମଲା ରହିଛି। ସୁକାନ୍ତଙ୍କ ବିରୋଧରେ ୭ଟି ଏବଂ ରୋଜିଙ୍କ ବିରୋଧରେ ଗୋଟିଏ ମାମଲା ରହିଥିବା ଅତିରିକ୍ତ ଏସ୍‌ପି କହିଥିଲେ। ଖବରଦାତା ସମ୍ମିଳନୀରେ ଏସ୍‌ଡ଼ିପିଓ ପଦାରବିନ୍ଦ ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ। ଗତ ୧୮ତାରିଖ ଟାଉନ ଥାନା ପୋଲିସ ସହର ଉପକଣ୍ଠ ଘୁଲିପାଲି ଛକ ନିକଟରୁ ୫୦ଗ୍ରାମ ବ୍ରାଉନସୁଗାର ସହିତ ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେହିପରି ଗତ ୮ତାରିଖ ଅବକାରୀ ବିଭାଗ ଚଢ଼ାଉ କରି ୧୨.୩ ଗ୍ରାମ ବ୍ରାଉନସୁଗାର ସହିତ ଜଣେ ମହିଳାଙ୍କୁ ଗିରଫ କରିଥିଲା। ପୋଲିସ ଏବଂ ଅବକାରୀ ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ପୁଣି ଏଭଳି କାରବାର ଚାଲିଛି। ତେଣୁ ଜିଲା ପ୍ରଶାସନ ତଥା ପୋଲିସ ଓ ଅବକାରୀ ବେଳ ଥାଉଥାଉ ଠୋସ୍‌ ପଦକ୍ଷେପ ନ ନେଲେ ଆଗକୁ ଜିଲା ବ୍ରାଉନସୁଗାରର ହବ୍‌ ପାଲଟିବ, ଏହାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ସବୁଠି ଆଲୋଚିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri