୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୪ା: ଖୋର୍ଦ୍ଧାରେ ବଢ଼ିଚାଲିଛି ବ୍ରାଉନସୁଗାର କାରବାର। ବୁଧବାର ଖୋର୍ଦ୍ଧା ଅବକାରୀ ପୋଲିସ ସାମନ୍ତରାପୁର ଠେଙ୍ଗାହାଟ ଛକରୁ ୧୪୬ ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରୁ କାର୍‌ଗିଲ ନାମକ ଏକ ବସ୍‌ରୁ ସେ ଏହି ବ୍ରାଉନସୁଗାର ସଂଗ୍ରହ କରିଥିବା ଅଭିଯୁକ୍ତ ସୂଚନା ଦେଇଥିବା ପୋଲିସ କହିଛି। ଏଠାରେ ଇଞ୍ଜିନିୟରିଂ ଓ ଅନ୍ୟାନ୍ୟ କଲେଜ ଛାତ୍ରଙ୍କୁ ଯୋଗାଣ କରୁଥିଲେ। ପୂର୍ବରୁ ଅଭିଯୁକ୍ତଙ୍କ ଉପରେ ନଜର ରହିଥିଲା। ଆଜି ସେ ବ୍ରାଉନସୁଗାର ଚାଲାଣ କରୁଥିବା ଖବରପାଇ ଏକ ଠେଙ୍ଗାହାଟ ଛକରେ ଚଢ଼ାଉ କରି ଧରିଥିଲା। ଖୋର୍ଦ୍ଧାର ଗୁରୁଜଙ୍ଗ, ସାମନ୍ତରାପୁର, ଠେଙ୍ଗାହାଟ, ମୁକୁନ୍ଦପ୍ରସାଦ, ବରୁଣେଇ ଶିଳ୍ପାଞ୍ଚଳ ପ୍ରଭୃତି ଅଞ୍ଚଳରେ ବ୍ରାଉନସୁଗାର କାରବାର ବଢ଼ିଚାଲିଛି। ଖୋର୍ଦ୍ଧାକୁ ନିଶାମୁକ୍ତ ଲାଗି ପର୍ଯ୍ୟାୟ କ୍ରମେ ଚଢ଼ାଉ ଜାରି ରହିଥିବା ଅବକାରୀ ଅଧୀକ୍ଷକ ଯଶକେତନ ବେହୁରା ସୂଚନା ଦେଇଛନ୍ତି।