୨୩୨ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର ଅଫିସ,୨୭।୧୨: ବାଲେଶ୍ବର ଖନ୍ତାପଡା ଅଞ୍ଚଳରେ ଅବକାରୀ ପୋଲିସ ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି। ଚଢାଉରେ ୨୩୨ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅନୁଜ ମହାନ୍ତି। ଅନୁଜ ବ୍ରାଉନସୁଗାର ବିକ୍ରି ପାଇଁ ବୁଲୁଥିବା ବେଳେ ହାତାହାତି ଅବକାରୀ ବିଭାଗ ତାଙ୍କୁ କାବୁ କରିଥିଲା। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୩ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କୁହାଯାଉଛି। ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରହିଛି।