ବ୍ରାଉନସୁଗାର ଜବତ, ୫ ଗିରଫ

ଭୁବନେଶ୍ୱର,୨୯।୧(ସୂର୍ଯ୍ୟକାନ୍ତ ବେହେରା): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ପୋଖରୀ ଲେନ୍‌-୩ ନିକଟରେ ବେଆଇନ ଭାବେ ବ୍ରାଉନସୁଗାର ବେପାର କରୁଥିବା ବେଳେ ପୋଲିସ ଚଢାଉ କରି ୫ ନିଶାବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଭୁବନେଶ୍ୱରେ ରହୁଥିବା କେନ୍ଦ୍ରାପ଼ଡ଼ାର ଅବଦୁଲ ଅଜିଜ ଖାନ୍‌ ଓ ଚନ୍ଦନ କୁମାର ପରିଡା, ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମାଧବ ରାଓ ଓ ବିଭୂ ପ୍ରସାଦ ନାଏକ ଏବଂ ସୋଭନ ଦାଶ। ସେମାନଙ୍କଠାରୁ ୧୯ ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋଟରସାଇକେଲ ଓ ୭୫୦ ଟଙ୍କା ଜବତ ହୋଇଛି । ଜବତ ନିଶାଦ୍ରବ୍ୟର ମୂଲ୍ୟ ୨ ଲକ୍ଷ ଟଙ୍କା ହେବ। ତେବେ ଏହି ନିଶାଦ୍ରବ୍ୟ କେଉଁଠୁ ଆଣି କାହାକୁ ଯୋଗାଉଥିଲେ ତାହାର ତଥ୍ୟ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି ।