ବ୍ରାଉନ୍‌ସୁଗାର ଡିଲରଙ୍କ ଆର୍ଥିକ କାରବାର ଯାଞ୍ଚ କରିବ ଇଡି

ଭୁବନେଶ୍ୱର,୨୫ା୯(ବ୍ୟୁରୋ): ରାଜ୍ୟରେ ପୁଣି ବ୍ରାଉନସୁଗାର ଓ ନିଶା କାରବାର ବଢ଼ି ଚାଲିଛି। ଧଳା ଜହରର କଳା ସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତ ମିଳାଇଛନ୍ତି। ଏସ୍‌ଟିଏଫ୍‌ର ଚିଠି ପରେ ଏବେ ବ୍ରାଉନସୁଗାର ଡିଲରଙ୍କ ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି। ପ୍ରଥମେ ବ୍ରାଉନସୁଗାର ଡିଲର ବାଲେଶ୍ୱରର ଲୋକନାଥ ବେହେରା ଓ ପ୍ରଦୀପ କୁମାର ଦାଶଙ୍କ ଆର୍ଥିକ କାରବାର ଓ ବେଆଇନ ସମ୍ପତ୍ତି ଯାଞ୍ଚ କରିବ। ପରେ ରାଜ୍ୟର ଅନ୍ୟ ବ୍ରାଉନସୁଗାର ଡିଲର ଓ ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ଇଡି। ସୂଚନାଯୋଗ୍ୟ,ମାର୍ଚ୍ଚ ୧୯ରେ ଏସ୍‌ଟିଏଫ୍‌ ୨ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରିଥିଲା। ସେମାନେ ହେଲେ ନୀଳଗିରି ଥାନା ମିତ୍ରପୁରର ପ୍ରଦୀପ କୁମାର ଦାଶ ଓ ନୀଳଗିରି କଲ୍ୟାଣୀ ଅଞ୍ଚଳର ଲୋକନାଥ ବେହେରା। ସେମାନଙ୍କ ନିକଟରୁ ଏସ୍‌ଟିଏଫ ୨କେଜି ୭୨୯ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଥିଲା। ଏହାର ବଜାର ମୂଲ୍ୟ ୨କୋଟି ୭୦ ହଜାର ଟଙ୍କା। ପ୍ରଦୀପ ଚାନ୍ଦିପୁରରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ବିଟେକ ତୃତୀୟ ବର୍ଷରେ ପାଠ ପଢୁଥିଲେ। ପ୍ରଦୀପଙ୍କ ସହ ଲୋକନାଥ କାନ୍ଧରେ ଲାପଟପ ବ୍ୟାଗ୍‌ ପକାଇ ଯାଉଥିଲେ। କିନ୍ତୁ ବ୍ୟାଗ୍‌ ଭିତରେ ଲାପଟପ ତଳେ ଧଳା ରଖି ବ୍ୟବସାୟ କରୁଥିଲେ। ଏସ୍‌ଟିଏଫ୍‌ ଅଧିକାରୀମାନେ ତଦନ୍ତ ସମୟରେ ସେମାନଙ୍କ ଆର୍ଥିକ କାରବାର ଓ ସମ୍ପତ୍ତି ସମ୍ପର୍କରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଲୋକନାଥ ଜଣେ ବ୍ରାଉନସୁଗାର ଡିଲର ହୋଇଥିବାବେଳେ ସେ ପ୍ରାୟ ସମୟରେ ବାଂଲାଦେଶରୁ ତାହାକୁ ଆଣି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ବେପାରୀଙ୍କୁ ଯୋଗାଇଥାନ୍ତି। ଲୋକନାଥଙ୍କ ଆକାଉଣ୍ଟକୁ ଅନ୍ୟ ଦେଶ ଓ ରାଜ୍ୟରୁ ବିପୁଳ ଟଙ୍କା କାରବାର ହୋଇଛି। ଏହାସହ ଲୋକନାଥ ବ୍ରାଉନସୁଗାର ବ୍ୟବସାୟରୁ ରାଜମହଲ ଭଳି ଘର, ଦାମୀ ଗାଡି, ଏକାଧିକ ବ୍ୟବସାୟ ପ୍ରତିଷ୍ଠାନ କରିଥିବାବେଳେ ଜମି ଓ ଅନ୍ୟାନ୍ୟ ସମ୍ପତ୍ତି କରିଥିବା ତଦନ୍ତବେଳେ ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। ସେହିଭଳି ପ୍ରଦୀପ ମଧ୍ୟ ଇଞ୍ଜିନିୟରିଂ ପଢ଼ୁଥିଲେ ମଧ୍ୟ ବିପୁଳ ସମ୍ପତ୍ତି କରିଥିବା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri