ଭଉଣୀ କାନ୍ଧରେ ଭାଇର ବୋଝ

ଚମ୍ପୁଆ, ୧୦।୧୨(ଡି.ଏନ.ଏ.)-ଗରିବ ଆଉ କେହି ରହିବେ ନାହଁି। ଅସହାୟଙ୍କଠାରୁ ଆରମ୍ଭ କରି ବିଧବା, ଭିନ୍ନକ୍ଷମ ଏପରିକ ବୃଦ୍ଧ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ମାତ୍ର ଏହାର ବିପରିତ ପ୍ରତିଫଳନ ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ରଜିଆ ପଞ୍ଚାୟତର ଆଲୋକ ମୁଣ୍ଡାଙ୍କ କ୍ଷେତ୍ରରେ। ଅବିବାହିତ ଭଉଣୀ ନିରାସଙ୍କ କାନ୍ଧରେ ବୋଝ ପାଲଟିଛନ୍ତି ଆଲୋକ। ବାରଦୁଆରେ କାମ କରି ୫୦ ବର୍ଷିୟ ନିରାସ ଆଣୁଥିବା ଅର୍ଥରେ ଦୁଇ ପ୍ରାଣିଙ୍କ ପେଟ ପୁରୁ ନ ଥିବା ବେଳେ ସ୍ଥାନୀୟ ଖାଉଟି ମାନେ ଡିଲର ପାଖରେ ଛାଡିଯାଇଥିବା କିଛି ଚାଉଳ ଏହି ଭାଇଭଉଣୀଙ୍କ ଦାନା ସାଜିଥାଏ। ଆଜକୁ ୫ବର୍ଷ ହେବ ଯୁବା ବୟସରେ ଶାରୀରିକ ଅସୁସ୍ଥତା ହେତୁ କାମଦାମ କରି ନ ପାରି ଘରେ ପଡିରହିଲେ ଆଲୋକ। ଅର୍ଥ ଅଭାବ ହେତୁ ଚିକିତ୍ସା ହୋଇପାରିଲା ନାହଁି। ଧୀରେ ଧୀରେ ଆଲୋକଙ୍କ ଅଣ୍ଟା ନଇଁପଡିଲା। ଶେଷରେ ଚାଲିବା ତାଙ୍କ ପାଇଁ ଅସମ୍ଭବ ହୋଇ ପଡିବାରୁ ଭଉଣୀ ନିରାସ ହିଁ ତାଙ୍କ ସାହାରା ପାଲଟିଗଲା। ସକାଳ ହେଲେ ନିରାସ ଆଲୋକଙ୍କୁ ଘରୁ ଟେକିଟେକି ବାହାରକୁ ବାହାର କରି ନିତ୍ୟ କର୍ମ ଶେଷ କରାଇବା ପରେ ଦୁଇ ମୁଠା ଖାଦ୍ୟ ଦେଇ କାମକୁ ଚାଲିଯାଉଥିବା ବେଳେ କାମରୁ ଅପରାହ୍ନରେ ଫେରି ଘରକୁ ନେଇଥାଏ। କାଁ ଭାଁ ପାଖଲୋକ ଆଲୋକଙ୍କୁ ସହାୟତା ମଧ୍ୟ କରନ୍ତି। ଘର ନ ଥିବା ବେଳେ ଝାଟିମାଟି ଘର ଖଣ୍ଡିଏ ଉପରେ ପୁରୁଣା ଟିଣ ପକାଯାଇ ଛପର ଉଡିବା ଭୟରେ କାଠ ଓ ପଥର ଲଦାହୋଇଛି। ଆଜି ପର୍ଯ୍ୟନ୍ତ ଆଲୋକଙ୍କ ନାଁରେ ଭତ୍ତା, ଆବାସ ଓ ଖାଉଟି ସୁରକ୍ଷା କାର୍ଡ ନାହିଁ। ଏନେଇ ସ୍ଥାନୀୟ ସରପଞ୍ଚ ଜୟକିଶରୀ ନାଏକଙ୍କୁ ପଚାରିବାରୁ ମୁଁ ଏବିଷୟରେ ଅବଗତ ନ ଥିଲି ଆପଣଙ୍କ ଠାରୁ ଜାଣିବାକୁ ପାଇଲି ବୋଲି କହିଛନ୍ତି। ସେହିପରି ଚମ୍ପୁଆ ବିଡିଓ ନୁପୁର ଚାନ୍ଦଗୋଟିଆ କହିଛନ୍ତି ତୁରନ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri