Posted inଜାତୀୟ

ଛେଳି ଚୋରି କରୁଥିଲେ ଦୁଇ ଭାଇ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଚେନ୍ନାଇ,୧୩।୧୧: ପିତାଙ୍କ ଫିଲ୍ମରେ ଲିଡ୍‌ ରୋଲ କରିବା ପାଇଁ ଦୁଇ ଭାଇ ଅଜବ ପଦକ୍ଷେପ ଗ୍ରହଣ କରିଛନ୍ତି। ଫିଲ୍ମ ନିର୍ମାଣ ପାଇଁ ଟଙ୍କା ନ ଥିବାରୁ ଦୁଇ ଭାଇ ୩ ବର୍ଷ ହେଲା ଛେଲି ଚୋରି କରୁଥିଲେ। ପୋଲିସ ଉଭୟଙ୍କ ଗିରଫ କରିଛି। ତାମିଲନାଡୁର ଭାଶରମେନପେଟ ଅଞ୍ଚଳରେ ୩୦ ବର୍ଷୀୟ ନିରଞ୍ଜନ କୁମାର ଏବଂ ୩୨ ବର୍ଷୀୟ ଲେନିନ କୁମାର ଛେଳି ଚୋରି କରୁଥିଲେ। ପ୍ରତିଦିନ ଉଭୟ ୮ରୁ ୧୦ଟି ଛେଳି ଚୋରି କରି ବିକ୍ରି କରୁଥିଲେ। ଏହାଦ୍ୱାରା ୮ ହଜାର ଟଙ୍କା ରୋଜଗାର କରୁଥିଲେ। ସେହି ଟଙ୍କା ଫିଲ୍ମ ନିର୍ମାଣ ପାଇଁ ସଞ୍ଚୟ କରି ରଖୁଥିଲେ। ଦୁଇ ଭାଇ ମଧାଭରମ ଅଞ୍ଚଳରେ ପଲାନୀ ନାମକ ଜଣେ ବ୍ୟକ୍ତିଙ୍କ ଛେଳି ଚୋରି କରିଥିଲେ। ଏନେଇ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ସିସି ଟିଭି ଯାଞ୍ଚ କରିବାରୁ ସମ୍ପୃକ୍ତ ଅଞ୍ଚଳରୁ ଅନେକ ଛେଳି ଚୋରି ହୋଇଥିବା ଜଣାପଡିଥିଲା। ପୋଲିସ ଏହାର ଉପରେ ନଜର ରଖିବାକୁ ସାଧା ପୋଷାକରେ ପାଟ୍ରୋଲିଂ ଆରମ୍ଭ କରିଥିଲା। ପରଦିନ ସମ୍ପୃକ୍ତ ଦୁଇ ଭାଇ ଛେଳି ଚୋରାଇବାକୁ ଆସିଥିବା ବେଳେ ପୋଲିସ ସେମାନଙ୍କୁ ଧରିଥିଲା। ଏହାପରେ ସବୁ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ସୂଚନାଯୋଗ୍ୟ, ଦୁଇ ଭାଇଙ୍କ ପିତା ବିଜୟ ଶଙ୍କର ନି ଥାନ ରାଜା ନାମକ ଏ ଫିଲ୍ମ ନିର୍ମାଣ କରୁଥିଲେ। ଏଥିରେ ତାଙ୍କ ପୁଅ ଲିଡ୍‌ ରୋଲ୍‌ରେ ଥିଲେ। କିନ୍ତୁ ଫିଲତମ ନିର୍ମାଣ ପାଇଁ ଟଙ୍କା ଅଭାବରୁ ସେ ପୁଅଙ୍କ ସହାୟତା ଲୋଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି: ପିଏମ କିଷାନ ହିତାଧିକାରୀଙ୍କ ପାଇଁ ଖୁସିଖବର, ବଢିଲା…

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର କ୍ୟାବିନେଟର ବଡ଼ ନିଷ୍ପତ୍ତି। ଆଉ ୫ ବର୍ଷ ବଢିଲା ପିଏମ କିଷାନ ଯୋଜନା। ୨୦୩୦-୩୧ ଯାଏ ପିଏମ କିଷାନ ଯୋଜନା ବଢିଛି। ଏନେଇ କେନ୍ଦ୍ର…

Flood Wedding: କନ୍ୟା ଘରକୁ ଡଙ୍ଗାରେ ଗଲେ ବର, ଭିଡିଓ ଭାଇରାଲ

ଯାଜପୁର,୩୧।୭: ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଯାଜପୁର ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଜିଲାର ବଭିନ୍ନ…

ବାଜା ବଜାଇ ବିଦାୟୀ ଶିକ୍ଷକଙ୍କୁ ଗ୍ରାମ ପରିକ୍ରମା କଲେ ଗ୍ରାମବାସୀ, ପ୍ରଶଂସାରେ ପୋତି ପକାଇଲେ…

କର୍ଲାମୁଣ୍ଡା,୩୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତ ସର୍ଗୁଲସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁଦର୍ଶନ ସାହୁ ଶୁକ୍ରବାର ଚାକିରିରୁ…

ଦୁଃଖଦ ଖବର: ଦଳରେ ସ୍ଥାନ ନପାଇବାରୁ ୧୭ ବର୍ଷୀୟ କ୍ରିକେଟର କଲେ ଆତ୍ମହତ୍ୟା

ମୁମ୍ବାଇ,୩୧।୭: ମହାରାଷ୍ଟ୍ରର ନାଗପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ରିଜିଓନାଲ କ୍ରିକେଟ ଆସୋସିଏଶନରେ ମନୋନୀତ ନହେବାରୁ ଜଣେ ୧୭ ବର୍ଷୀୟା ଝିଅ(କ୍ରିକେଟର) ନିରାଶ ହୋଇ…

ମନରେଗାର କାର୍ଯ୍ୟକାରିତା ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଶ୍ନ

ଗଞ୍ଜାମ, ୩୧।୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ରେ ଶୁକ୍ରବାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା…

‘ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି’: ସଂସଦରେ ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଡାକିଲେ କ୍ୟାବିନେଟ ବୈଠକ

ନୂଆଦିଲ୍ଲୀ,୩୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଶୁକ୍ରବାର (ଜୁଲାଇ 31, 2026) ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା। ଲୋକ ସଭା ଏବଂ…

ସରକାରୀ ଆଇଟିଆଇ ପ୍ରିନ୍ସିପାଲଙ୍କ ଯୌନ ନିର୍ଯାତନା ଘଟଣା: ୧୦୦ ଦିନ ପରେ ବି ଅଭିଯୁକ୍ତଙ୍କ ଟେର୍‌ ପାଉନି ପୋଲିସ, କାହା ଚାପରେ…

ଦେବଗଡ଼,୩୧ା୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁ ଗୃହ ସପୋର୍ଟର ଜଣେ ନାବାଳିକା ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କ ବିରୋଧରେ ଗତ ୧୭ ଏପ୍ରିଲରେ…

ଫିଟନେସ ପରୀକ୍ଷାରେ ପାସ କଲେ ଜସପ୍ରିତ ବୁମରାହ; ଜାଣନ୍ତୁ କେଉଁ ସିରିଜରେ ଖେଳିବେ

ନୂଆଦିଲ୍ଲୀ,୩୧।୭: ଭାରତର ପ୍ରସିଦ୍ଧ ଦ୍ରୁତ ବୋଲର ଜସପ୍ରିତ ବୁମରାହ ତାଙ୍କ ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ଭାରତୀୟ ଦଳ ଏବଂ ଏହାର ପ୍ରଶଂସକମାନଙ୍କ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri