ଭଉଣୀର ସୁନା ଚେନ୍‌ ଚୋରି କରି ଜେଲ ଗଲା ଭାଇ

ଗଞ୍ଜାମ,୧୬ା୯(ଡି.ଏନ.ଏ.): ଭଉଣୀର ସୁନାଚେନ ଚୋରି କରିବା ଅଭିଯୋଗରେ ଭାଇକୁ ଜେଲ ଯିବାକୁ ପଡିଛି। ଗଞ୍ଜାମ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଚୋରି ଅଭିଯୋଗରେ ଭାଇଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ, ବାପ ଘରେ ରହୁଥିବା ଜଣେ ମହିଳାଙ୍କ ସୁନା ଚେନ୍‌ ଓ ହାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିରେ ପୋଲିସ ମହିଳାଙ୍କ ଭାଇଙ୍କ ଉପରେ ସନ୍ଦେହ କରିଥିଲା। ପୋଲିସ ତାଙ୍କୁ ଥାନାକୁ ଆଣି ପଚରାଉଚୁରା ବେଳେ ସୁନା ଚେନ ଚୋରି କରି ଗଞ୍ଜାମ ଅଞ୍ଚଳର ୨ଜଣ ଲୋକଙ୍କଠାରେ ବନ୍ଧକ ରଖି ଟଙ୍କା ଆଣିଥିବା ସ୍ବୀକାର କରିଥିଲେ। ପରେ ପୋଲିସ ଅଭିଯୁକ୍ତ ଭାଇଙ୍କୁ ଗିରଫ କରିଛି। ଏ ନେଇ ପୋଲିସ ଏକ ମାମଲା(ନଂ. ୧୫୮/୨୧) ରୁଜୁ ହୋଇଥିବା ଥାନା ଏସ୍‌ଆଇ ଅଜିତ କୁମାର ପରଡ଼ା କହିଛନ୍ତି।