Categories: ଜାତୀୟ

ଭିଣୋଇଙ୍କ କାର୍‌ ଚୋରି କରୁଥିଲେ ଶଳା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗାଜିଆବାଦ,୧୪।୧୧: ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଯୁବକ ନିଜ ଭିଣୋଇଙ୍କ ଦୁଇଟି କାର ଚୋରି କରନେଇଛନ୍ତି। ଚୋରି କରିବାର କାରଣ ଜାଣି ଯୋ କେହି ନିଜ ମୁଣ୍ଡରେ ହାତ ଦେବେ। ସମ୍ପୃକ୍ତ ଯୁବକ ଫର୍ମୁଲା ୱାନ ରେସରେ ଭାଗ ନେବାକୁ ଭଲ ପାଉଥିଲେ। ତାଙ୍କ ହବି ପୂରଣ କରିବା ପାଇଁ ଭିଣୋଇଙ୍କ ଦୁଇଟି କାର ଚୋରି କରିଥିଲେ। ଚୋରି କାର ବିକ୍ରି କରି ଏକ ସ୍ପୋର୍ଟସ କାର କିଣି ଫର୍ମୁଲା ୱାନ ରେସ୍‌ରେ ଭାଗ ନେବାକୁ ଚାହୁଁଥିଲେ।
ବରୁଣ ପାଠକ ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସହିତ ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରେ ରୁହନ୍ତି। ଚଳିତ ବର୍ଷ ଏପ୍ରିଲରେ ତାଙ୍କ ଇକୋ ସ୍ପୋର୍ଟସ କାର ତାଙ୍କ ଘରର ପାର୍କିଂ ସ୍ଥାନରୁ ଚୋରି ହୋଇଥିଲା। ଇନ୍ଦିରାପୁର ପୋଲିସ ଷ୍ଟେଶନରେ ସେ ଏନେଇ ଅଭିଯୋଗ କରିଥିଲେ। ଏହା ପରେ ସେ ଏକ ପୋଲୋ କାର କିଣିଥିଲେ। ସେ ଏହି ନୂଆ କାରକୁ ମାତ୍ର କିଛି ସପ୍ତାହ ଚଳାଇବା ପରେ ତାହା ମଧ୍ୟ ଅକ୍ଟୋବର ମାସରେ ଚୋରି ହୋଇଥିଲା। ନୂଆ କାର ଚୋରି ହେବା ପରେ ସେ ପୁଣି ଥରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଗୋଟିଏ ପରେ ଗୋଟିଏ କାର ଚୋରି ହେବା ପରେ ପୋଲିସ ଏହି ଚୋରିରେ ସମ୍ପୃକ୍ତ ଥିବା ବରୁଣ ପାଠକଙ୍କ ଜଣେ ପରିଚିତ ବୋଲି ସନ୍ଦେହ କରିଥିଲା। ପୋଲିସ ତଦନ୍ତ ପରେ ଚୋରି କରିଥିବା ଯୁବକ ଜଣଙ୍କ ବରୁଣଙ୍କ ଶଳା ପୁଲକିତ ଶର୍ମା ବୋଲି ଜଣାପଡିଥିଲା। ପଚରାଉଚରା ପରେ ସେ ଏକଥା ସ୍ବୀକାର ମଧ୍ୟ କରିଥିଲେ।

Share